The Ultimate Managed Hosting Platform
ADVERTISEMENT

ଅଭିନେତ୍ରୀ ରୋଜାଲିନ୍‌ଙ୍କୁ କ୍ୟାନସର, ସେୟାର କଲେ ଇମୋସ୍‌ନାଲ ପୋଷ୍ଟ

Facebook
Twitter
LinkedIn

ମୁମ୍ଵାଇ ୧୨।୧୧: ମଡେଲ ଏବଂ ଅଭିନେତ୍ରୀ ରୋଜାଲିନ୍ ଖାନ । ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବାଂ ଭିଡିଓ ଖୁବ୍‌ ଭାଇରାଲ୍‌ ହୁଏ। ରୋଜାଲିନଙ୍କ ନାମ ୨୦୧୫ରୁ ବହୁତ ଚର୍ଚ୍ଚିତ ହୋଇଥିଲା । ଯେତେବେଳେ ସେ PETA ପାଇଁ ଏକ ଫଟୋସୁଟ୍ କରିଥିଲେ। ସେ ଅନେକ ଟିଭି ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି। କେବଳ ଏତିକି ନୁହେଁ ସେ ଭାରତୀୟ ଆଡଲ୍ଟ ୱେବ୍ ସିରିଜ୍ ସବିତା ଭବୀ ପାଇଁ ମଧ୍ୟ କାମ କରିଛନ୍ତି। ନିକଟରେ ସେ ଖରାପ ଖବର ଶୁଣାଇଛନ୍ତି । ଯାହାକୁ ଶୁଣି ଫ୍ୟାନ୍ସ ଦୁଃଖ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କ୍ୟାନସର ସହ ଲଢୁଛନ୍ତି। ଏନେଇ ନିଜେ ପୋଷ୍ଟ ସେୟାର କରି

ରୋଜାଲିନ୍‌ ସୋସିଆଲ୍‌ ମିଡିଆରେ ନିଜର ଯନ୍ତ୍ରଣାଦାୟକ ଅସୁବିଧାକୁ ସେୟାର କରି ଲେଖିଛନ୍ତି କର୍କଟ… ବହୁତ କଷ୍ଟଦାୟକ ଅସୁବିଧା ଥିବା ଲୋକଙ୍କ ଜୀବନ ସହଜ ନୁହେଁ। ମୁଁ ଏହାକୁ କେଉଁଠି ପଢିଥିଲି। ଭଗବାନ ଅନେକ ସମୟରେ ସାହସୀ ଲୋକଙ୍କୁ ଏପରି ବିପଜ୍ଜନକ ଯୁଦ୍ଧ ସହ ଲଢିବାକୁ ଦିଅନ୍ତି। ଏହା ମଧ୍ୟ ମୋ ଜୀବନର ଏକ ଅଧ୍ୟାୟ । ତଥାପି ମୁଁ ବିଶ୍ୱାସ ଏବଂ ଭରସାକୁ ଆଶା ରଖିଛି। ମୁଁ ବହୁତ କୃତଜ୍ଞ ଯେ ଲୋକମାନେ ମୋ ପାଇଁ ପ୍ରାର୍ଥନା କରୁଛନ୍ତି। ଯାହା ଘଟିବ ଭଲ ପାଇଁ ଘଟେ ଏବଂ ସେହି ଭଲ ମୁଁ ଅଟେ ।

ମୁଁ ମୋ ବେକ ଏବଂ ପିଠିରେ ଅନେକ ଥର ଯନ୍ତ୍ରଣା ଅନୁଭବ କରିଥିଲି।  ଭାବିଲି ଜିମ୍ନାଷ୍ଟିକ୍ କାରଣରୁ ଏହି ଯନ୍ତ୍ରଣା ହେଉଛି ।ପରେ ଜାଣିଲେ ସେ କର୍କଟ ରୋଗ ସହ ଲଢୁଛନ୍ତି। ଏହି ବିପଜ୍ଜନକ ରୋଗ ବିଷୟରେ ସୂଚନା ଦେବା ସହିତ ସେ ତାଙ୍କ ଡାକ୍ତରଖାନାରୁ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଗତ ୭ ମାସରୁ କର୍କଟ ରୋଗ ସହ ସଂଘର୍ଷ କରୁଛନ୍ତି। ରୋଜଲିନ୍ ଖାନଙ୍କ ଏହି ପୋଷ୍ଟକୁ ପଢିବା ପରେ କରିସ୍ମା ଶର୍ମା ଠାରୁ KRK ଖାନ ପର୍ଯ୍ୟନ୍ତ ସମସ୍ତେ ପ୍ରତିକ୍ରିୟା କରିଛନ୍ତି। ସମସ୍ତେ ତାଙ୍କୁ ସାହସ ଦେଇଥିଲେ ଏବଂ ଲେଖିଛନ୍ତି ଯେ ତୁମେ ଶୀଘ୍ର ଭଲ ହୋଇଯିବ । ଏଥିସହିତ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login