The Ultimate Managed Hosting Platform
ADVERTISEMENT

ଅବିବାହିତ ଝିଅ ଗର୍ଭବତୀ ହେବାରୁ ଜଙ୍ଗଲକୁ ନେଇ ପେଟ୍ରୋଲ ଢାଳି ଜାଳିଦେଲା ମା

Facebook
Twitter
LinkedIn

ୟୁପି : ମା ସାଜିଲା ରାକ୍ଷସୀ । ଅବିବାହିତ ଝିଅ ଗର୍ଭବତୀ ହେବାରୁ ପେଟ୍ରୋଲ ଢାଳି ଜାଳିଦେଲା ମା । ଉତ୍ତର ପ୍ରଦେଶର ହାପୁଡ଼ରୁ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗର୍ଭବତୀ ଯୁବତୀଙ୍କୁ ତାଙ୍କ ମା’ ଓ ଭାଇ ମିଶି ଜିଅନ୍ତା ଜାଳି ଦେଇଛନ୍ତି। ଏଥିରେ ଯୁବତୀଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି। ପୋଲିସ ସୂଚନା ଅନୁସାରେ, ଅବିବାହିତ ଝିଅ ଗର୍ଭବତୀ ଥିବା ନେଇ ଜଣେ ମହିଳାଙ୍କୁ ଖବର ମିଳିଥିଲା। ଏହାପରେ ମହିଳା ଏ ସମ୍ପର୍କରେ ନିଜ ପୁଅକୁ ଜଣାଇଥିଲେ। ପରେ ମା’, ପୁଅ ମିଶି ଝିଅକୁ ଘରଠୁ ଦୂର ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ସେମାନେ ଝିଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଘଟଣାରେ ଯୁବତୀଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଖବର ପାଇ ପୋଲିସ ପହଞ୍ଚି ପୀଡ଼ିତାଙ୍କ ମା’ ଓ ଭାଇଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ସମ୍ବନ୍ଧିତ ଧାରାରେ ମାମଲା ରୁଜୁ କରାଯାଇଛି।
ପୋଲିସ କହିଛି ଯେ ୨୩ ବର୍ଷୀୟା ଏହି ଅବିବାହିତ ଯୁବତୀଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। କିଛି ଦିନ ପରେ ଯୁବତୀ ଗର୍ଭବତୀ ହୋଇଥିଲେ। ଏ ସମ୍ପର୍କରେ ଯେତେବେଳେ ତାଙ୍କ ମା’ ଜାଣିବାକୁ ପାଇଥିଲେ, ସେତେବେଳେ ସେ ପୁଅ ସହିତ ମିଶି ଝିଅକୁ ଜାଳି ଦେବାକୁ ନିଷ୍ପତ୍ତି ନେଇଥିଲେ।ସ୍ଥାନୀୟ ଲୋକଙ୍କ କହିବା ହେଲା, ଅଭିଯୁକ୍ତ ମହିଳା ଏବଂ ତାଙ୍କ ପୁଅ ଗୁରୁବାର ଏହି କାଣ୍ଡ ଘଟାଇଛନ୍ତି। ଏହା ପୂର୍ବରୁ ସେମାନେ ଘରେ ଝିଅକୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଜଙ୍ଗଲକୁ ନେଇ ଦେହରେ ନିଆଁ ଲଗାଇ ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login