The Ultimate Managed Hosting Platform
ADVERTISEMENT

ଅବସର ଘୋଷଣା କଲେ କ୍ରିକେଟର ଶିଖର ଧୱନ

Facebook
Twitter
LinkedIn

ନୂଆଦିଲ୍ଲୀ : ଅବସର ଘୋଷଣା କଲେ କ୍ରିକେଟର ଶିଖର ଧୱନ । ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟୁ ଧୱନଙ୍କ ଅବସର ଘୋଷଣା । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଅବସର ଘୋଷଣା କଲେ । ମୋ କ୍ରିକେଟ ଯାତ୍ରାର ପୂର୍ଣ୍ଣଚ୍ଛେଦ ପଡିଲା କହିଲେ ଧୱନ । ଆଜି ସକାଳେ ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଅବସର ନେଲେ ବୋଲି ଘୋଷଣା କରିଛନ୍ତି ଏବଂ ଏହାସହିତ ସେ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି। କ୍ରିକେଟରୁ ବିଦାୟ ନେଉଥିବାବେଳେ ସେ ବିଶେଷ କରି ତାଙ୍କ ପରିବାର, ପିଲାଦିନର କୋଚ୍, ଟିମ୍ ଇଣ୍ଡିଆ ଏବଂ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି ।


ଦେଶ ପାଇଁ ଖେଳିଥିବାରୁ ସେ ବହୁତ ଗର୍ବିତ ଅନୁଭବ କରିଥିବା ମଧ୍ୟ କହିଛନ୍ତି । ଶିଖର ଧାଓ୍ବନ ତାଙ୍କ କ୍ୟାରିଅରରେ ୩୪ଟି ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ବେଣ୍ଟି ଖେଳି ବହୁ ସଫଳତା ପାଇଛନ୍ତି । ୨୦୨୨ ଡିସେମ୍ବର ୧୦ରେ ବାଂଲାଦେଶ ବିପକ୍ଷରେ ଶିଖର ଧାଓ୍ବନ ଖେଳିଥିଲେ ଶେଷ ଅର୍ନ୍ତଜାତୀୟ ମ୍ୟାଚ୍।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login