The Ultimate Managed Hosting Platform
ADVERTISEMENT

ଅବତରଣ କରିପାରିଲାନି ମୋଦିଙ୍କ ହେଲିକପ୍ଟର

Facebook
Twitter
LinkedIn

ନୂଆଦିଲ୍ଲୀ : କୁହୁଡି ପାଇଁ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିପାରିଲାନି । ପଶ୍ଚିମବଙ୍ଗର ତହେରୁପରରେ ଅବତରଣ କରିପାରିଲା ନାହିଁ । ନିରାପଦରେ କୋଲକତା ବିମାନବନ୍ଦରରୁ ଫେରିଲା ହେଲିକପ୍ଟର । ହେଲିକପ୍ଟରଟି ଉଡ଼ାଣ କରିଥିଲେ ବି ଦୃଶ୍ୟମାନ୍ୟତା କମ ହୋଇଯିବାରୁ ହେଲିକପ୍ଟରଟି କୋଲକାତା ବିମାନବନ୍ଦରକୁ ଫେରି ଆସିଛି।ଆଜି ସକାଳେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦.୪୦ ସମୟରେ କୋଲକାତାରେ ପହଞ୍ଚିଥିଲେ ଏବଂ ଏକ ହେଲିକପ୍ଟର ଯୋଗେ ନାଦିଆ ଜିଲ୍ଲାର ତାହେରପୁର ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ସେ ପଶ୍ଚିମବଙ୍ଗରେ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବା ପାଇଁ ଏକ ପ୍ରଶାସନିକ କାର୍ୟ୍ୟକ୍ରମ ଆୟୋଜନ କରିବାର କାର୍ୟ୍ୟକ୍ରମ ରହିଥିଲା। ଏହା ପରେ ବିଜେପିର ଏକ ରାଜନୈତିକ ରାଲି ପରିବର୍ତ୍ତନ ସଂକଳ୍ପ ସଭାକୁ ସେ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ଥିଲା। ଏବେ ହେଲିକପ୍ଟରରେ ସମ୍ଭବ ନହେବାରୁ ମୋଦୀଜୀ କ’ଣ ନିଷ୍ପତ୍ତି ନେବେ ତାହା ଜଣାପଡ଼ିନାହିଁ। ଭିଡିଓ କଲ୍ ମାଧ୍ୟମରେ ସେ ସମ୍ବୋଧିତ କରିପାରନ୍ତି ବୋଲି କୁହାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login