ଗୁଣୁପୁର : ରେଳବାଇ ଠିକା କର୍ମଚାରୀଙ୍କୁ ହତ୍ୟା ଅଭିଯୋଗ । ବକେୟା ଟଙ୍କା ପାଇଁ ଅପହରଣ ପରେ ହତ୍ୟା ଅଭିଯୋଗ । ମୃତକ ପାରଳାଖେମୁଣ୍ଡିର, ଗୁଣୁପୁରରେ ଭଡାରେ ରହୁଥିଲେ । କିଛି ଦୁର୍ବୁତ୍ତ କାଲି ତାଙ୍କୁ ଡାକି ନେଇଥିବା ପରିବାରର ଅଭିଯୋଗ । ଜଣଙ୍କ ଠାରୁ ୩୫ ହଜାର ଧାନ ନେଇଥିବା ସେ ଫୋନରେ କହିଥିଲେ । ପରେ ମୃତକଙ୍କ ପୁଅକୁ ଫୋନରେ କିଛି ଦୁର୍ବୁତ୍ତ ଟଙ୍କା ମାଗିଥିଲେ । କାଶି ନଗର ପହଁଚିବା ପରେ ବାପା ମେଡିକାଲରେ ଅଛନ୍ତି କହିଥିଲେ । ପୁରୁଷୋତ୍ତମ ପୁର ମେଡିକାଲରେ ପହଁଚିବା ପରେ ବାପାଙ୍କୁ ମୃତ ପାଇଥିଲେ । ମୃତକ ହେଲେ ଅଶୋକ ବରାଡ । ଗୁଣପୁର ରେଳ ଷ୍ଟେସନରେ ପାଣି ସପ୍ଲାଇ କାମ କରୁଥିଲେ ଅଶୋକ । ପୋଲିସ ମାମଲାରେ ୩ଜଣଙ୍କୁ ଅଟକ ରଖି ପଚାରଉଚୁରା କରୁଛି । ।
Views: 173