କେନ୍ଦୁଝର : ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁ ଗିରଫ । ଟାଉନ ଥାନା ମାଇନିଂ କଲୋନୀରେ ପୁରୁଷ ବନ୍ଧୁଙ୍କ ଘରୁ ମୃତଦେହ ଉଦ୍ଧାର । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଅନ୍ୟପଟେ ପୁରୁଷ ବନ୍ଧୁ ଗିରଫ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ପ୍ରିୟଙ୍କା ଦାସ ଅତିଥି ଅଧ୍ୟାପିକା ଭାବେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ କାର୍ୟ୍ୟ କରୁଥିଲେ । ଗତକାଲି ସକାଳ ସମୟରେ ପ୍ରିୟଙ୍କାଙ୍କୁ ତାଙ୍କ ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ରୁଦ୍ର ମୃତଦେହକୁ ନେଇ ପୋଷ୍ଟମର୍ଟମ ରୁମ ନିକଟରେ ପହଞ୍ଚାଇ ନିଜ କାରରେ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ଥାନାରେ ଅଟକ ରଖିଥିଲେ । ଅଭିଯୁକ୍ତ ରୁଦ୍ର ମିଶ୍ର ହିଁ ତାଙ୍କ ଝିଅକୁ ହତ୍ୟା କରିଛି । ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରିୟଙ୍କାଙ୍କ ପରିବାର ଲୋକ ଦାବି କରିଛନ୍ତି ।
Views: 82











