ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ବଡ ଝଟକା । ଅଧିନାୟକ ପଦ ଛାଡିଲେ ବାବର ଆଜମ୍ । ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଭିନ୍ନ ଆଡୁ କଡ଼ା ସମାଲୋଚନାର ଶିକାର ହୋଇଥିଲେ । ଏହାପରେ କ୍ୟାପଟେନ୍ ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫାପତ୍ରରେ ଅଧିନାୟକ ପଦ ଛାଡିବାର କୌଣସି କାରଣ ଉଲ୍ଲେଖ କରିନାହାନ୍ତି । ବାବରଙ୍କ ସ୍ଥାନରେ ଶାନ୍ ମାସୁଦ ପାକିସ୍ତାନର ନୂଆ ଟେଷ୍ଟ କ୍ୟାପଟେନ୍ ନିଯୁକ୍ତ ହୋଇଛନ୍ତି । ସେହିପରି ବାମହାତୀ ଫାଷ୍ଟ ବୋଲର ସାହିନ ଶାହ ଆଫ୍ରିଦି ଟି-୨୦ ଅଧିନାୟକ ହୋଇଛନ୍ତି । ଚଳିତ ବିଶ୍ବକପର ୯ଟି ଲିଗ୍ ମ୍ୟାଚରୁ ପାକିସ୍ତାନ ୪ଟି ଜିତିଥିଲା । ୫ଟି ମ୍ୟାଚ୍ ହାରି ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲା । ସେହିପରି ବ୍ୟକ୍ତିଗତ ଭାବେ ବାବର ଆଜମଙ୍କ ପ୍ରଦର୍ଶନ ବି ପ୍ରଭାବୀ ନଥିଲା । ୯ଟି ମ୍ୟାଚରେ ସେ କରିଥିଲେ ମାତ୍ର ୩୨୦ ରନ୍ । ଏହାପରେ ତାଙ୍କ ନେତୃତ୍ବ ଓ ପ୍ରଦର୍ଶନକୁ ନେଇ ଚାରିଆଡୁ ସମାଲୋଚିତ ହୋଇଥିଲେ ବାବର ଆଜମ । ଅଧିନାୟକ ପଦ ଛାଡିଥିଲେ ବି କ୍ରିକେଟର ତିନିଟିଯାକ ଫର୍ମାଟରେ ସେ ଖେଳ ଜାରି ରଖିବେ ।
ଅଧିନାୟକ ପଦ ଛାଡିଲେ ବାବର

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...