ଚଣ୍ଡିଗଡ : ଟ୍ରକକୁ ପଛରୁ ଧକ୍କା ଦେଲା ମିନି ବସ । ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୨୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଅମ୍ବାଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ଭୋର ସମୟରେ ଦିଲ୍ଲୀ-ଜାମ୍ମୁ ରାଜପଥରେ ଦୁର୍ଘଟଣା ଘଟିଥିଲା । ଆଗରେ ଯାଉଥିବା ଏକ ଟ୍ରକ ହଠାତ ବ୍ରେକ ମାରିବାରୁ ପଛରେ ଆସୁଥିବା ମିନିବସ ଟ୍ରକକୁ ଧକ୍କା ଦେଇଥିଲା । ମିନି ବସରେ ବସିଥିବା ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ୟୁପିରୁ ବୁଲନ୍ଦସହରରୁ ଏହି ମିନି ବସରେ ଜାମୁ ବୈଷ୍ଣୋ÷÷ଦେବୀ ଦର୍ଶନ ପାଇଁ ଯାଉଥିଲେ ଲୋକେ । ଦୁର୍ଘଟଣାରେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଉନ୍ନତ ଚିକିତ୍ସା ଲାଗି ବଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
Views: 69