ବ୍ରହ୍ମପୁର : ଅଟୋକୁ ପଛରୁ ପିଟିଲା ଟ୍ରକ୍ । ଦୁର୍ଘଟଣାରେ ଜଣେ ମୃତ ୪ ଗୁରୁତର। ୪ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍ସ୍କେସିଜିକୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋର ସାଢେ ୫ଟାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ କୋରାପୁଟରୁ ଚାରି ଜଣ ବସରେ ଆସି ଦିଗପହଣ୍ଡିରେ ଓହ୍ଲାଇ ଥିଲୋ ଏକ ଅଟୋ ଭଡା କରି ଭାଲିଆଝୋଳା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକଟି ଅଟୋ ସହିତ ମୁହାଁମୁହିଁ ଧକ୍କା ଦେଇଥିଲା । ଯାହା ଫଳରେ ଅଟୋ ଡ୍ରାଇଭର ସମେତ ପାଞ୍ଚ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିଲା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କର ଅବସ୍ଥାରେ ଗୁରୁତରରହିଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।
Views: 87











