The Ultimate Managed Hosting Platform
ADVERTISEMENT

ଅଟୋକୁ ପିଟିଲା ଆରଟିସି ବସ , ୭ ଜଣଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ଆପ୍ର : ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ରାଜ୍ୟ ସଡ଼କ ପରିବହନ ନିଗମ (ଏପିଏସଆରଟିସି)ର ଏକ ବସ୍ କୃଷି ଶ୍ରମିକଙ୍କୁ ନେଇ ଯାଉଥିବା ଅଟୋକୁ ଜୋରଦାର ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଅନନ୍ତପୁର ଜିଲ୍ଲାର ଗରଲାଡିନ୍ନେ ମଣ୍ଡଳରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ ବସ୍ ଧକ୍କା ଦେବା ପରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଅନ୍ୟ ଦୁଇ ଜଣ ଡାକ୍ତରଖାନା ଯିବା ବାଟରେ ଆଖି ବୁଜିଥିଲେ ଏବଂ ବାକି ତିନି ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା । ପୋଲିସ କହିଛି ଯେ ଜିଲ୍ଲାର କୁଟଲୁର ମଣ୍ଡଳ ନେଲୁତଲା ଗାଁର ୧୨ ଜଣ କୃଷି ଶ୍ରମିକ କାମ ପାଇଁ ଅଟୋରେ ଗରଲାଡିନ୍ନେ ଆସିଥିଲେ । କାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସାମ୍ନାରୁ ଆସୁଥିବା ଏକ ଆରଟିସି ବସ୍ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଆହତ ଶ୍ରମିକମାନଙ୍କୁ ଅନନ୍ତପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୋଲିସ ବସ୍ ଡ୍ରାଇଭରକୁ ଗିରଫ କରି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login