ସୋର : ଅଙ୍ଗନବାଡି ଦିଦିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମହାରାଜପୁର ଗାଁ ଅଙ୍ଗନବାଡି କେନ୍ଦ୍ରରୁ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପା ଘର ଲୋକ । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ହସ୍ପିଟାଲ ପରିସରରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ମହାରାଜପୁର କୁଜଡ଼ିହ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ପ୍ରଜ୍ଞାପରମିତା ଦାସ।
ମହାରାଜପୁରା ଗାଁର ବିସ୍ମିତ ଦାସ ୧୦ ବର୍ଷ ତଳେ ଚିତପଦା ଗାଁର ପ୍ରଜ୍ଞାପରମିତାଙ୍କୁ ପ୍ରେମ ବିବାହ କରିଥିଲେ। କିଛିଦିନ ଠିକ ଠାକ ଚାଲିଥିବା ବେଳେ ବିସ୍ମିତ ତାଙ୍କୁ ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେଉଥିବା ନେଇ ପ୍ରଜ୍ଞାପରମିତା ବାପାଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ଆଜି ପ୍ରଜ୍ଞାପରମିତା ଅଙ୍ଗନବାଡି କେନ୍ଦ୍ର କୋଠରୀରେ ଦୌଡ଼ି ଲଗାଇ ଆତ୍ମାହତ୍ୟା କରିଛନ୍ତି। ତାଙ୍କ ମୃତଦେହକୁ ଖନ୍ତାପଡା ମେଡିକାଲକୁ ଆଣିଥିଲେ ଗ୍ରାମାବାସୀ। ହେଲେ ଡାକ୍ତର ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ। ମୃତ୍ୟୁ ପରେ ପରିବାର ଲୋକେ ସ୍ୱାମୀ ବିସ୍ମିତକୁ ମାରପିଟ କରିଛନ୍ତି। ପୋଲିସ ପହଁଚି ବିସ୍ମିତ ଓ ତାଙ୍କ ମାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଅଙ୍ଗନବାଡି ଦିଦିଙ୍କୁ ମାରି ଟାଙ୍ଗି ଦେଲେ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











