କଟକ: କଟକ ମହାନଗର ନିଗମ ୫୯ ନଂ ୱାର୍ଡ ତେଲଙ୍ଗାପେଣ୍ଠ ନିକଟସ୍ଥ ରାମନଗର ଠାରେ ଥିବା ଅକ୍ସଫୋଡ ପବ୍ଲିକ ସ୍କୁଲ ପରିସରରେ ଆଜି ବିଦ୍ୟାଳୟ ସ୍ତରୀୟ ଦଶମ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନମେଳାଟିକୁ ପ୍ରକାଶ ନାୟକ ଉଦଘାଟନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ନୟନ କିଶୋର ପରିଡ଼ା,ଡାଇରେକ୍ଟର ବଳରାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସ୍କୁଲର ପ୍ରିନ୍ସପାଲ ଡ଼ଃ ଅଜିତ କୁମାର ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ବିଜ୍ଞାନମେଳାରେ ୨୨୫ ଟି ବିଜ୍ଞାନ ପ୍ରକଳ୍ପ ଓ ୬୦ ରୁ ଉର୍ଦ୍ଧ୍ବ ଖାଦ୍ୟମେଳା ସ୍ଥାନିତ ହୋଇଥିଲା। ଆୟୋଜିତ କାର୍ୟ୍ୟକ୍ରମରେ ବିଜ୍ଞାନ ପ୍ରକଳ୍ପ ଓ ଖାଦ୍ୟ ମେଳା ଗୁଡିକର ମୂଲ୍ୟାୟନ କାରୀ ଭାବେ ୟୁକେ ବ୍ୟାଙ୍କ ମ୍ୟାନେଜର ଅଭିନାସ ସେଠୀ, ଆସିଷ୍ଟାଣ୍ଟ ମ୍ୟାନେଜର ବିଶ୍ଵଜିତ ପାତ୍ରୀ ଯୋଗଦେଇ ମୂଲ୍ୟାୟନ କରିଥିଲେ। ବିଞାନ ମେଳା ଦେଖିବା ପାଇଁ ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । କାର୍ୟ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ଅକ୍ସଫୋଡ ପବ୍ଲିକ ସ୍କୁଲ ପକ୍ଷରୁ ବିଜ୍ଞାନ ଓ ଖାଦ୍ୟ ମେଳା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











