ଭୁବନେଶ୍ୱର :ଖସିଲା ରାତି ତାପମାତ୍ରା , ଥରୁଛି ଓଡିଶା । ୨ରୁ ୪ ଡିଗ୍ରୀ କମିଲା ପାରଦ । ଗତ ଦୁଇ ଦିନରେ ଭୁବନେଶ୍ୱରରେ ୩.୨ ଡିଗ୍ରୀ ତଳକୁ ଖସିଲା ପାରଦ । ଆଗାମୀ ୪ଦିନ ଯାଏ ରହିବ ପ୍ରଭାବ । ରାତି ତାପମାତ୍ରାରେ ୨-୪ ଡ୍ରିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଯାହା ଫଳରେ ରାଜ୍ୟରେ ଶୀତ ଆହୁରି ବଢ଼ିବ । ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପରକୋପ । ଅନ୍ୟପଟେ ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡ଼ିର ପ୍ରଭାବ ରହିଛି । ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ଯୋଗୁଁ ୨୦ ମିଟିର ଭିଜିବିଲିଟି ରହିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ରେ ସର୍ବାଧିକ ୨୯.୮ ଡିଗ୍ରୀ ସେଲସିୟସ ଓ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ସେଲସିଅସ ଏବଂ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
Views: 59











