ଟାଙ୍ଗୀ: ବନ୍ୟଜନ୍ତୁ ଶିକାର ଉପରେ ରାଜ୍ୟ ସରକାରଙ୍କ କଡ଼ା ନଜର ଥିବା ସତ୍ତ୍ୱେ ଅବାଧ ଶିକାର କରିବାରେ ଲାଗିଛନ୍ତି ଶିକାରୀମାନେ । ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଧିନସ୍ତ ଜୟମଙ୍ଗଳପୁର ଗ୍ରାମର ଜଣେ ଶିକାରୀକୁ କାବୁ କରିଛି ଟାଙ୍ଗୀ ଥାନା ପୋଲିସ୍ । ଗିରଫ ଶିକାରୀଙ୍କ ନାମ ରାମଚନ୍ଦ୍ର ବିଶ୍ୱାଳ । ନିଜ ପାଖରେ ଏକ ଚୋରା ବନ୍ଧୁକ ରଖିଥିବା ବେଳେ, ଅବାଧରେ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏ ନେଇ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଓ ଟିମ୍ ଅଚାନକ ଚଢ଼ାଉ କରଥିଲେ । ଏହି ଚଢ଼ାଉରେ ପୋଲିସ ରାମଚନ୍ଦ୍ରଙ୍କୁ କାବୁ କରିବା ସହ ଚୋରା ବନ୍ଧୁକଟି ଜବତ କରିଛି । ଏ ନେଇ ଟାଙ୍ଗୀ ଥାନାରେ ଏକ ମାମଲା ରୁଜୁ କରି ରାମଚନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Views: 99