ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ, ନୂଆ ସିଡିଏସ୍ ଭାବେ ତାଙ୍କ ସ୍ଥାନ କାହାକୁ ଦିଆଜିବ, ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବିପିନଙ୍କ ମୃତ୍ୟୁ ପରେ ସେନା ଅଧ୍ୟକ୍ଷ ପଦରେ ଥିବା ମନୋଜ ମୁକୁନ୍ଦ ନରୱଣେ ହୋଇ ପାରନ୍ତି ନୂଆ ସିଡିଏସ୍ । ଏହି ଆକଳନ ଯଦି ସତ ହୁଏ, ତେବେ ସେ ଅଧ୍ୟକ୍ଷ ପଦ ଛାଡ଼ିବେ ।
ଅନ୍ୟପକ୍ଷେ, ଯଦି ନରୱଣେଙ୍କୁ ସିଡିଏସ୍ ପଦ ଦିଆଯାଏ, ତେବେ ଦେଶର ସେନା ଉପମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ନୂଆ ସେନା ଅଧ୍ୟକ୍ଷ ହୋଇପାରନ୍ତି । ଏହି ପଦବୀ ପାଇଁ ନର୍ଦନ କମାଣ୍ଡର ଲେପ୍ଟନାଣ୍ଟଜେନେରାଲ୍ ୱାଇକେ ଯୋଶୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଏ ଦୁହେଁ ଗୋଟିଏ ବ୍ୟାଚ୍ର ହୋଇଥିଲେ ହେଁ, ବରିଷ୍ଠତା ଦୃଷ୍ଟିରୁ ମହାନ୍ତି ଆଗରେ ଅଛନ୍ତି । ତେଣୁ ଏହି ପଦ ପାଇଁ ମହାନ୍ତିଙ୍କର ସମ୍ଭାବନା ଅଧିକ ରହିଛି ।
Views: 105