ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ରାଜ୍ୟ ରାଜନୀତରେ ରହିଛିି ସରଗରମ । କାହାକୁ ଟିକେଟ ବିଳିବ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ତେବେ ମାର୍ଚ୍ଚ ୨ରୁ ନାମାଙ୍କନପତ୍ର ଦାଖଳ ପ୍ରକ୍ରିୟା ଅରମ୍ଭ ହୋଇଥିବା ବେଳେ, ୭ ରେ ସରିବ ନାମାଙ୍କନ ପତ୍ର ଦାଖଲ । ସମସ୍ତ ରାଜନୈତିକ ଦଳ ମଧ୍ୟରୁ କଂଗ୍ରେସ ପ୍ରଥମ ଦଳ ଭାବେ କଟକ ଓ ଭୁବନେଶ୍ୱର ପାଇଁ ମେୟର ସହ କିଛି କର୍ପୋରେଟର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିସାରିଛି । କିନ୍ତୁ ଅନ୍ୟ ଦୁଇ ଦଳ ବିଜେପି ଓ ବିଜେଡି ସେମାନଙ୍କର ପ୍ରାର୍ଥୀ ତାଲିକା ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି । ତେଣୁ ପୌର ନିର୍ବାଚନ ପାଇଁ ବିଜେପି ଓ ବିଜେଡି ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବେ ଓ କାହାକୁ ଟିକେଟ ମିଳିବ, ସେ ନେଇ ଚର୍ଚ୍ଚା ଜୋର ଧରିଛି ।
Views: 97