ଝାରସୁଗୁଡା : ଝାରସୁଗୁଡା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ପ୍ରସଙ୍ଗ । ଭୋଟ ଦେବାକୁ ଆସିଲେନି ସମିତି ସଭ୍ୟ କି ସରପଞ୍ଚ । କେହି ନ ଆସିବାରୁ ଅପେକ୍ଷା କରି ଫେରିଗଲା ନିର୍ବାଚନ ଅଧିକାରୀ । ସକାଳ ୧୦ଟାରେ ଆରମ୍ଭ ହେବାକୁ ଥିଲା ଅନାସ୍ଥା ଭୋଟିଂ । ନିର୍ବାଚନ ଅଧିକାରୀ ଦୀର୍ଘ ସମୟ ଅପେକ୍ଷା ପରେ ବି କେହି ଆସି ନଥିଲେ । କିନ୍ତୁ ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା ଓ ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ଫେରି ଯାଇଥିଲେ। ସେପଟେ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି । ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନାରେ ବିଶାଲ ଦାସ ଅଟକ ଅଛନ୍ତି । କିର୍ମିରା ବ୍ଳକର ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏକ ଭିଡିଓ ମାଧ୍ୟମରେ ଏହା କହିଛନ୍ତି ଵିଶାଲ ଦାସ । ରାତି ୨ଟାରୁ ସମସ୍ତଙ୍କୁ ଅଟକ ରଖାଯାଇଥିବା ବିଶାଲ ସୂଚନା ଦେଇଛନ୍ତି। ପୋଲିସ କାର୍ୟ୍ୟାନୁଷ୍ଠାନକୁ ବେଆଇନ କହିଛନ୍ତି ବିଶାଲ ।
Views: 41