ସମ୍ବଲପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ମ୍ୟାନେଜନଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ସମ୍ବଲପୁର ଜିଲ୍ଲା ସମଲେଶ୍ୱରୀ ମିଲ୍କ ୟୁନିୟନର ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଳାନ୍ସ ପକ୍ଷରୁ ରେଡ୍ କରାଯାଇଛି । କିଶୋରଙ୍କ ପୁରୀ ଜିଲ୍ଲା ସାକ୍ଷୀପଡ଼ାସ୍ଥିତ ଘର, ସାକ୍ଷୀପଡ଼ାସ୍ଥିତ କାର୍ଯ୍ୟାଳୟ, ପୁରୀରେ ଥିବା ପୈତୃକ ଘର ସମେତ ଭୁବନେଶ୍ୱରରେ ଥିବା ଫ୍ଲାଟରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ କିଶୋରଙ୍କ ନାଁରେ ଅଭିଯୋଗ ହୋଇଥିଲା। ସେହି ଆଧାରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଚଢ଼ାଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରାଯାଇଥିବା ଜଣାପଡ଼ିଛି।
Views: 93