
ବଲାଙ୍ଗୀର: ତହସିଲ ସେକ୍ସନ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲର ସେକ୍ସନ ଅଫିସର ପ୍ରଫୁଲ୍ଲ ସାହଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛିି । ଭିଜିଳାନ୍ସ ପକ୍ଷରୁ ଏକକାଳୀନ ସାହଙ୍କ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସର ୨୦ ଜଣିଆ ଟିମ୍ ତାଙ୍କର ବଲାଙ୍ଗୀର ସ୍ଥିତ ଗାନ୍ଧିନଗରପଡ଼ା ବାସଭବନ, ହାଟପଦାପଡ଼ାର ପୈତୃକ ଘର ଓ ଆଗଲପୁର ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ କରିଛି । ଏହି ଚଢ଼ାଉରେ ବଲାଙ୍ଗୀର, ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସ ଟିମ୍ ସାମିଲ ଅଛନ୍ତି । ଚଢ଼ାଉ ବେଳେ ନଗଦ ୧୬ ହଜାର ୩୩୦ ଟଙ୍କା ଓ ସୁନା ଗହଣା ଜଦତ କରିବା ସହ ଗାନ୍ଧିନଗରପଡ଼ା ବାସଭବନର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏ ନେଇ ଅଧିକ ତନାଘନା ଜାରି ରହିଛି ।
Views: 113