ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଆଇନ୍ ବିଭାଗ ତରଫରୁ ଆଜି ଅନୁଷ୍ଠାନର ସେମିନାର ଗୃହରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଏହି ମଞ୍ଚରେ ମୁଖ୍ୟଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ ପ୍ରଫେସର ଡ. ରଞ୍ଜନ କୁମାର ବଳ, ପୂର୍ବତନ ଚେୟାରମ୍ୟାନ, ପିଜି କାଉନ୍ସିଲ, ଉତ୍କଳ ବିଶ୍ୱବିଦ୍ୟାଳୟ । ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ପ୍ରଫେସର ଡ. ପ୍ରବୀର କୁମାର ପଟ୍ଟନାୟକ, ପ୍ରଫେସର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ । ସ୍ନାତକୋତ୍ତର ଆଇନ୍ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ମନୋଜ କୁମାର ସାଢ଼ୁଆଳ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଡଃ. ଜ୍ଞାନେନ୍ଦ୍ର କୁମାର ସାହୁ ମଞ୍ଚାସୀନ ଥିଲେ ।

ସ୍ନାତକୋତ୍ତର ଆଇନ୍ ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ ସ୍ୱାଗତ ଅଭିଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଏ ଦିବସ ପାଳନର ଆବଶ୍ୟକତାକୁ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣନା କରିଥିଲେ । ମାନବାଧିକରର ମର୍ଯ୍ୟାଦା କିଭଳି ଭବିଷ୍ୟତର ପିଢ଼ି ପାଇଁ ଅକ୍ଷୁର୍ଣ୍ଣ ରହିବ ସେ ବିଷୟରେ ଆଲୋଚନା କରିଥିଲେ ଡ. ସାଡ଼ୁଆଳ ।
ମୁଖ୍ୟଅତିଥି ପ୍ରଫେସର ଡ. ବଳ ବିଶ୍ୱ ମାନବାଧିାର ଦିବସ ବିଷୟରେ ଅନେକ ତଥ୍ୟଭିତ୍ତିକ ଉପାଦେୟ ଓ ଶିକ୍ଷା ସମ୍ବଳିତ ବିଷୟବସ୍ତୁକୁ ଖୁବ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ ।ପ୍ରଫେସର ଡ. ପ୍ରବୀର କୁମାର ପଟ୍ଟନାୟକ ମାନବାଧିକାର କେଉଁ ଭଳି ଭାବରେ ସୁରକ୍ଷିତ ରହିବ ଏବଂ ସେଥିପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଥିବା ଆଇନ୍ଗତ ସୁବିଧାସୁଯୋଗଗୁଡ଼ିକୁ ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏ ବାଦରେ ନିଜର ଅଭିଜ୍ଞା ବଖାଣିଥିଲେ । ସଭା ଶେଷରେ ଅନୁଷ୍ଠାନର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସଫଳତା ପାଇଁ ନିମନ୍ତ୍ରିତ ଅତିଥି ଏବଂ ବିଭାଗୀୟ ମୁଖ୍ୟଙ୍କୁ ବେଶ୍ ପ୍ରଶଂସା କରିଥିଲେ ।
ଏ ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗବେଷକ ଗିରୀଶ ରଂଜନ ସାହୁ, ସ୍ୱପ୍ନା ବିଜୟିନୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ଛାତ୍ରୀ ଶ୍ରଦ୍ଧା ସେଠ୍ ଖୁବ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାୟ କାର୍ଯ୍ୟକ୍ରମର ତଦାରଖ ଓ ସୁପରିଚାଳନା କରିଥିଲେ ।