The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଟପ୍ପର ହେଲେ ଶ୍ରୀୟଙ୍କା ସାହୁ

Facebook
Twitter
LinkedIn

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍ ଇନଫରମେସନ୍ ଟେକ୍ନୋଲୋଜି (AMIT) କଲେଜର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ୨୦୧୯-୨୦୨୧ ବର୍ଷର ଛାତ୍ରୀ ଶ୍ରୀୟଙ୍କା ସାହୁ ପ୍ରଥମ ସ୍ଥାନ ଅଧିକାର କରି କଲେଜ ପାଇଁ ଗୌରବ ଆଣିଛନ୍ତି । ଗତକାଲି ବିଶ୍ୱବିଦ୍ୟାଳୟର ୨୦୧୯-୨୦୨୧ ବର୍ଷର ଚୂଡ଼ାନ୍ତ ଫଳ ପ୍ରକାଶ ପାଇବା ପରେ ଫଳାଫଳକୁ ନେଇ ଅମିତ୍ କଲେଜରେ ଆନନ୍ଦର ବାତାବରଣ ଖେଳିଯାଇଛି। ତାଙ୍କର ଏହି ସଫଳତା ପାଇଁ ଅମିତ୍ କଲେଜର ଅଧ୍ୟକ୍ଷ ଅଧୀପ୍ ନାରାୟଣ ମହାନ୍ତି, ନିର୍ଦ୍ଦେଶକ ତ୍ରିଦେବ୍ ନାରାୟଣ ମହାନ୍ତି, ବିଭାଗର ମୁଖ୍ୟ ଡ଼. ଶରତ କୁମାର ନାୟକ, ଅଧ୍ୟାପକ ମଣ୍ଡଳୀ ଏବଂ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହିପରି ପୁର୍ବରୁ ମଧ୍ୟ ଲଗାତାର ଭାବେ ୨୦୦୩-୨୦୦୫ ବର୍ଷର ଛାତ୍ରୀ ପ୍ରିୟଙ୍କା ପାଣି,୨୦୦୫-୨୦୦୭ ବର୍ଷର ଛାତ୍ରୀ ସସ୍ମିତା ବିଶୋଇ,୨୦୧୧-୨୦୧୩ ବର୍ଷର ଛାତ୍ରୀ ମଧୁରିମା,୨୦୧୬-୨୦୧୮ ବର୍ଷର ଛାତ୍ରୀ ପଦ୍ମାବତୀ କୁଣ୍ଡ ଏବଂ ୨୦୧୮-୨୦୨୦ ବର୍ଷର ଛାତ୍ର ଯଜ୍ଞ ଜ୍ୟୋତି ବେହେରା ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ବିଶ୍ୱବିଦ୍ୟାଳୟ ସହିତ ଅମିତ୍ କଲେଜ ପାଇଁ ମଧ୍ୟ ସୁନାମ ଅର୍ଜନ କରିଛନ୍ତି ।

ତେବେ ମୋଟ ୨୩୦୦ ମାର୍କରୁ ଶ୍ରୀୟଙ୍କା ସର୍ବୋଚ୍ଚ ୧୮୯୫ ମାର୍କ ରଖି ଏହି ଗୌରବର ଅଧିକାରିଣୀ ହୋଇଛନ୍ତି । ଶ୍ରୀୟଙ୍କାଙ୍କ ଘର ଅନୁଗୋଳ ଜିଲ୍ଲାରେ ହୋଇଥିବା ବେଳେ, ତାଙ୍କ ବାପା ବିଜୟ କୁମାର ସାହୁ ଜଣେ ବରିଷ୍ଠ ଓକିଲ ଓ ମା’ ପାଞ୍ଚାଳି ସାହୁ ଜଣେ ଶିକ୍ଷୟିତ୍ରୀ ଅଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ତଥା କୃତିତ୍ୱ ପାଇଁ ‘ଅମିତ କଲେଜ’ର ଚେୟାର ମ୍ୟାନ ଅଧୀପ ନାରାୟର ମହାନ୍ତି, ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି ଓ ସୁପ୍ରିତା ପାଲିତ, ଅଧ୍ୟକ୍ଷ ଡଃ ଶରତ କୁମାର ନାୟକ, ଭାଇସ୍ ପ୍ରିନ୍ସିପାଲ୍ ବିଜୟ କୁମାର ମଙ୍ଗରା, ପ୍ରଶାସନ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ଡଃ. ଭି. ଆର. ରାଜୁ, ସୁଧାଂଶୂ ଶେଖର ଧଡ଼ା, ଡଃ ପ୍ରଭାଶ ଆଚାର୍ଯ୍ୟ, ରଥିନ୍ଦ୍ର ମିଶ୍ର, ଚିନ୍ତନ ବ୍ରହ୍ମା, ସୁବ୍ରତ ପତି,ଗୋପାଳକୃଷ୍ଣ ମହାପାତ୍ର, ଭୁଦୀପ ନାରାୟଣ ମହାନ୍ତି, ଉମାକାନ୍ତ ପାତ୍ର, ଟିକାୟତ ନାୟକ, ମଧୁସ୍ମିତା ବିଧାରଙ୍କ ସମେତ ନ୍ୟାୟବତୀର ବାର୍ତ୍ତା ସମ୍ପାଦକ ଗୋପୀନାଥ ପରିଡ଼ା, ସାମ୍ବାଦିକ ଅରୁଣ ଦାସ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login