ନୂଆଦିଲ୍ଲୀ : UNESCO ରେ ସ୍ଥାନ ପାଇଲା ଆଲୋକର ପର୍ବ ‘ଦୀପାବଳି’ । ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଦୀପାବଳି । ଏ ନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବେ ଜଡିତ । ଏହା ଆମ ସଭ୍ୟତାର ଆତ୍ମା, ଆଲୋକ ଓ ଧାର୍ମିକତାକୁ ପ୍ରତିପାଦିତ କରେ । ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗ ଦର୍ଶନ କରୁ ।
Views: 73











