The Ultimate Managed Hosting Platform
ADVERTISEMENT

ଆଖି ବୋଜିଲେ କାକା; ଆରପାରିରେ ଓଲିଉଡ଼ ଅଭିନେତା ମିହିର ଦାସ

Facebook
Twitter
LinkedIn

କଟକ: ଓଲିଉଡ଼ର ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି । ପ୍ରାୟ ମାସେରୁ ଅଧିକ ସମୟ ହେଲା ସେ ଅସୁସ୍ଥ ଥିଲେ । ଗତ ୭ ତାରିଖରୁ କଟକରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ଜଣା ପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ବିଗତ କିଛି ଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସପ୍ତାହରେ ତାଙ୍କର ତିନି ଥର ଡାଏଲିସସ ହେଉଥିଲା ।

ଓଡ଼ିଆ ସିନେ ଜଗତରେ କାକା ଭାବେ ପରିଚିତ ମିହିର ଦାସ ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ୧୯୫୯ ମସିହା ଫେବୃଆରୀ ୧୧ ରେ ଜନ୍ମଗ୍ରହଣ କରିଥିଲେ । ପିଲା ବେଳରୁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ଥିଲା । ତେଣୁ ସେ ୧୯୭୯ ମସିହାରେ ଓଡ଼ିଆ ଚଳଚିତ୍ର ଜଗତରେ ପାଦ ଦେଇଥିଲେ । ଓଡ଼ିଆ ସିନେ ଜଗତରେ ସେ ଜଣେ ଅଲରାଉଣ୍ଡର କଳାକାର ଥିଲେ । ସେ ଏପରି ଜଣେ ଅଭିନେତା, ଯିଏ କି ସିନେ ଜଗତରେ ସମସ୍ତ ଚରିତ୍ରରେ ଅଭିନୟ କରିପାରନ୍ତି । କେତେବେଳ ମୁଖ୍ୟ ଅଭିନେତା, କେତେବେଳେ ଖଳନାୟକ, ପୁଣି କେତେବେଳେ କମେଡ଼ିଆନ, ଆଉ କେତେବେଳେ ପାଶ୍ୱର୍ ଅଭିନେତା । ସେ ପ୍ରାୟ ୧୦୦ରୁ ଅଧିକ ଚଳଚିତ୍ରରେ ମୁଖ୍ୟ ଓ ସହ କଳାକାର ଭାବେ ଅଭିନୟ କରିଛନ୍ତି ।

ଅଭିନୟ କ୍ୟାରିୟର ମଧ୍ୟରେ ସେ ଅନେକ ସଫଳତା ଅର୍ଜନ କରିବା ସହ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ୧୯୯୮ ରେ ଚଳଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ବିବେଚନା କରାଯାଇଥିଲା । ସେହିପରି ଫେରିଆ ମୋ ସୁନା ଭଉଣି ଚଳଚିତ୍ରରେ ମଧ୍ୟ ସେ ଚମତ୍କାର ଅଭିନୟ କରି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।ସେହିଭଳି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ସହକଳାକାର ଭାବେ ବିବେଚନା କରାଯାଇଥିଲା । ଏହାସହ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ମଧ୍ୟ ତାଙ୍କୁ ପୁରସ୍କାର ଦିଆଯାଇଛି । ସେ କଣ୍ଠଶିଳ୍ପୀ ସଂଗୀତା ଦାସଙ୍କୁ ବିବାହ କରିଥିଲେ ।୨୦୧୦ ମସିହାରେ ସଂଗୀତାଙ୍କର ମୃତ୍ୟୁ ହୋଇଥିଲା । ଆଜି ସେ ନିଜେ ଆରପାରିକୁ ଚାଲିଗଲେ । ମିହିରଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ବିରାଟ ସୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login