ଭୁବନେଶ୍ବର: ପୁଣି ଦିନକୁ ଦିନ ବଢିବାରେ ଲାଗିଛି କୋରନା ସଂକ୍ରମଣ। କ୍ୟାପିଟାଲ ହାଇସ୍କୁଲରେ ଚିହ୍ନଟ ହେଲେ କରୋନା ପଜିଟିଭ୍ ।କ୍ୟାପିଟାଲ ହାଇସ୍କୁଲ ନବମ ଶ୍ରେଣୀରେ ପଢୁଥିବା ଦୁଇ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଏମ୍ସି ପକ୍ଷରୁ ସ୍କୁଲରେ ଟେଷ୍ଟିଂ କ୍ୟାମ୍ପ କରାଯାଇଥିଲା । ସେଥିରେ ମୋଟ୍ ୩୭୨ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥି ମଧ୍ୟରୁ ୨ ଜଣ ଛାତ୍ରଙ୍କ ପଜିଟିଭ୍ ରିପୋର୍ଟ ଆସିଛି । କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି ଯେ ୨ ଛାତ୍ର ଏବେ ହୋମ୍ ଆସୋଲେସନରେ ଅଛନ୍ତି ।
ପୂର୍ବରୁ, ଢେଙ୍କାନାଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ପରେ ତତ୍ପର ହୋଇଥିଲା ବିଏମ୍ସି । ଶିକ୍ଷାନୁଷ୍ଠାନରେ ଯେପରି କରୋନା ନ ବ୍ୟାପିବ ସେନେଇ ବିଏମ୍ସି ପକ୍ଷରୁ ଆଗୁଆ ପଦକ୍ଷେପ ସ୍ୱରୂପ କୋଭିଡ୍ ପରୀକ୍ଷା ଆରମ୍ଭ କରାଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସ୍କୁଲ ଏବଂ କଲେଜ ବୁଲିବା ସହ ସ୍ୱାବ୍ ସଂଗ୍ରହ କରିଥିଲେ । ଏବେ ରାଜଧାନୀର ବିଭିନ୍ନ ସ୍କୁଲ ମାନଙ୍କରେ ଗୁରୁବାର ମଧ୍ୟ କରୋନା ଟେଷ୍ଟିଂ କ୍ୟାମ୍ପ୍ କରାଯାଉଅଛି ।
ବିଏମ୍ସିର ୩ଟି ଜୋନ୍ରେ ଥିବା ଶିକ୍ଷାନୁଷ୍ଠାନରେ ବୁଧବାର କୋଭିଡ୍ ଟେଷ୍ଟିଂ ଆରମ୍ଭ ହୋଇଥିଲା । ଉତ୍ତର ଜୋନ୍ର ନୂଆପଲ୍ଲୀ ଆଶ୍ରମ ସ୍କୁଲ, ରସୁଲଗଡ଼ ଆଶ୍ରମ ସ୍କୁଲ, ପ୍ରଭୁଜୀ ଇଂରାଜୀ ମାଧ୍ୟମିକ ସ୍କୁଲ, ବିଜୁ ପଟ୍ଟନାୟକ କଲେଜ, ଜିଜିପି କଲୋନୀ ଉଚ୍ଚ ବିଦ୍ୟାଳୟ ଏବଂ ଭିଏସ୍ଏସ୍ ନଗର ହାଇସ୍କୁଲରେ ଉଭୟ ଆର୍ଟିପିସିଆର୍ ଏବଂ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିବା ବେଳେ, ଦକ୍ଷିଣ-ପୂର୍ବ ଜୋନ୍ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ମହର୍ଷି କଲେଜ, କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୯ ବାଳକ ବିଦ୍ୟାଳୟ, ତପୋବନ ଉଚ୍ଚ ବିଦ୍ୟାଳୟ, ପାଇକନଗର ହାଇସ୍କୁଲ, ନୂଆପଲ୍ଲୀ ସ୍ୱରସ୍ୱତୀ ବିଦ୍ୟାମନ୍ଦିର ଆଦିରୁ ପ୍ରାୟ ୪୫୦୦ ଛାତ୍ରଛାତ୍ରୀଙ୍କଠାରୁ ସ୍ୱାବ୍ ସଂଗ୍ରହ ହୋଇଥିଲା ।