The Ultimate Managed Hosting Platform
ADVERTISEMENT

ନିଖୋଜ ହେବାର ୧୨ ଘଣ୍ଟା ପରେ ମଧ୍ୟ ପତ୍ତା ମିଳୁନି ସରପଞ୍ଚ ପ୍ରାର୍ଥୀଙ୍କର

Facebook
Twitter
LinkedIn

ଅନୁଗୁଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦିନ ପାଖେଇ ଆସୁଥିବା ବେଳେ, ରାଜନୈତିକ ହିଂସା ବଢ଼ିବାରେ ଲାଗିଛି । ନିଖୋଜ ହେବାର ୧୨ ଘଣ୍ଟା ପରେ ମଧ୍ୟ ସରପଞ୍ଚ ପ୍ରାର୍ଥୀଙ୍କର ପତ୍ତା ମିଳୁନୁନାହିଁ । ଚଳିତ ପଞ୍ଚାୟତ ନିର୍ବାଚନରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧୀନସ୍ତ ମାଛକୁଣ୍ଡା ପଞ୍ଚୟତର ପକ୍ଷରୁ ୬ ଜଣ ସରପଞ୍ଚ ପ୍ରାର୍ଥୀ ଆସନରେ ଠିଆ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀ ଗତ କାଲି ସଂଧ୍ୟା ଠାରୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ଏ ନେଇ ତାଙ୍କ ସମର୍ଥକ ଓ ପରିବାର ବର୍ଗ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାନୁଯାୟୀ, ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀ ଗତ କାଲି ସଂଧ୍ୟରେ ଘରୁ ବାହାରି କେଉଁଆଡ଼େ ଯାଇଥିଲେ । ନିର୍ବାଚନ ପ୍ରଚାର ଚାଲୁଥିବା ହେତୁ ସେହି ପ୍ରଚାର କାର୍ଯ୍ୟରେ କେଉଁଆଡ଼େ ଯାଇଥିବା ନେଇ ପରିବାର ଲୋକେ ଭାବିଥିଲେ । କିନ୍ତୁ ବିଳମ୍ବିତ ରାତି ଯାଏ ମନୋଜ ଘରକୁ ନ ଫେରିବାରୁ ଘର ଲୋକ ଓ ତାଙ୍କ ସମର୍ଥକମନେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ । ହେଲେ ମନୋଜଙ୍କର କୌଣସି ପତ୍ତା ପାଇ ନଥିଲେ । ଶେଷରେ ପରିବାର ଓ ସମର୍ଥକମାନେ ଛେଣ୍ଡିପଦା ଥାନାଲେ ଏ ନେଇ ଅଭିଯୋଗ କରିଥିଲେ ।

ତେବେ ଏ ନେଇ ମନୋଜଙ୍କ ସ୍ତ୍ରୀ କହିଛନ୍ତି ଯେ, ନିର୍ବାଚନରେ ପ୍ରତି ଦ୍ୱନ୍ଦିତା କରୁଥିବାରୁ ପୂର୍ବରୁ ମନୋଜଙ୍କୁ ନିର୍ବାଚନରୁ ଓହରି ଯିବାକୁ ଧମକଦେବା ସହ ଗାଳିଗୁଲଜ କରାଯାଇଥିଲା । ହେଲେ ମନୋଜ ତାହାକୁ ଖାତିର ନକରି ପଚାର କରିଥିଲେ । ତେଣୁ ତାଙ୍କୁ ଅପହରଣ କରାଯାଇଛି । ଏ ନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login