ଅନୁଗୁଳ : ଅନୁଗୁଳ ଆଠମଲ୍ଲିକରେ ଓଲଟିଲା ଗୋରୁ ବୋଝେଇ ଟ୍ରକ । ଡ୍ରାଇଭର ଓ ହେଲପର ଚାପି ହୋଇ ରହିଛନ୍ତି । କଣ୍ଟେନରରୁ ୩୨ ଗୋରୁଙ୍କ ମୃତ୍ୟୁ ହୋଇଛି । କଣ୍ଟେନରଟି ବୌଦ୍ଧରୁ ରେଢ଼ାଖୋଲ ଆଡ଼କୁ ଆସୁଥିଲା । ରେଢ଼ାଖୋଲ-ବୌଦ୍ଧ ରାସ୍ତାର ପନ୍ଥେଇ ନିକଟ ବୁଲାଣିରେ ଭାରସାମ୍ୟ ହରାଇ କଣ୍ଟେନରଟି ଖସିପଡ଼ିଥିଲା । ଗାଡ଼ିରେ ୫ ଜଣ ଥିବା ବେଳେ ୫୦ରୁ ଅଧିକ ଗୋରୁ ଥିଲେ ।
ଘଟଣାସ୍ଥଳରେ ଏବେବି ଅନୁଗୋଳ କିଆକଟା ପୁଲିସ ଓ ବୌଦ୍ଧର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। କଣ୍ଟେନରରୁ ୩୨ଟି ମୃତ ଓ ଗୁରୁତର ଅବସ୍ଥାରେ ୮ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଆହୁରି ୨୦ରୁ ୨୫ଟି ଗୋରୁ ଭିତରେ ଫସିରହିଥିବା ଅନୁମାନ କରାଯାଇଛି।
Views: 31











