The Ultimate Managed Hosting Platform
ADVERTISEMENT

ମହିଳାଙ୍କୁ ଲକ୍ଷପତି କଲା ଟମାଟୋ ଚାଷ

Facebook
Twitter
LinkedIn

କେନ୍ଦୁଝର: କରୋନା ମହାମାରୀ ସମୟରେ ଲୋକମାନେ ପରିବାର ପ୍ରତିପୋଷଣ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ କେନ୍ଦଝୁର ସଦର ବ୍ଲକ ବରଦାପାଳର ତଳ କୁସୁମିତା ଗାଁର ମହିଳାମାନେ ଚାଷ କରି ନିଜର ପରିଚୟ ସୃଷ୍ଠି କାରିଛନ୍ତି । ସେମାନେ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ପ୍ରକଳ୍ପ ମାଧ୍ୟମରେ ଉତ୍ପାଦନ କରି ଖରିଫ ଋତୁରେ ଚାରା ପ୍ରସ୍ତୁତ କରି ୪.୫ ଏକର ଜମିରେ ଚାଷକାର‌୍ୟ୍ୟ କରିଥିଲେ । ଏହା ସହ ଉନ୍ନତ ମାନର ଫସଲ ପାଇଁ ଆଇଡିଆଲ ଡେଭଲ୍ପମେଣ୍ଟ ଏଜେନ୍ସି ମାଧ୍ୟମରେ ବୈଷୟିକ ଜ୍ଞାନ କୌଶଳରେ ଚାଷ କରି ଗତ ଅକ୍ଟୋବର ମାସରେ ସେମାନେ ୬ଲକ୍ଷ ୫୦ହଜାରରୁ ଅଧିକ ମୂଲ୍ୟ ପାଇଛନ୍ତି।

ସେମାନେ ହେଉଛନ୍ତି କେନ୍ଦୁଝର ସଦର ବ୍ଲକ ବରଦାପାଳର ତଳ କୁସୁମିତା ଗାଁର ୫ ଜଣିଆ ମହିଳା ଗୋଷ୍ଠି ଯିଏ କି ୠଣ କରି ବିଲାତି ବାଇଗଣ ଚାଷ ଆରମ୍ଭ କରିଛନ୍ତି ଓ ସଫଳତା ମଧ୍ୟ ପାଇଛନ୍ତି । ସେମାନେ କହନ୍ତି, “ଆମେ ମାଆ ମଙ୍ଗଳା ଗୋଷ୍ଠୀରୁ ୬୦ ହଜାର ଓ ଏଜି ଗ୍ରୁପରୁ ୪୦ ହଜାର ଆଣି ଥିଲୁ । ସାର ,ମୂଲିଆକୁ ଛାଡି ଜଣକା ଏକ ଲକ୍ଷ ପାଇଛୁ ।” ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଲଗାଣ ବର୍ଷା ନ ହୋଇଥା’ନ୍ତା ଆହୁରି ଅଧିକ ଲାଭ ହୋଇଥାନ୍ତା ।

ହେଲେ ଏ ଅଞ୍ଚଲରେ ବହୁ ପରିବା ଚାଷ ହେଉଥିବାରୁ ଶୀତଳ ଭଣ୍ଡାର ଅଭାବରୁ ଚାଷ କମ୍ ଦରରେ ପରିବା ବିକିବାକୁ ବାଧ୍ୟ ହେଉଛୁ । ଏଠାରେ ଶୀତଳ ଭଣ୍ଡାରଟିଏ ପ୍ରତିଷ୍ଠା ହୋଇ ପାରିଲେ ଚାଷୀ ଅଧିକ ଦୁଇ ପଇସା ପାଇପାରନ୍ତେ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login