The Ultimate Managed Hosting Platform
ADVERTISEMENT

ଆଜି ୧୦ ହଜାରରୁ ତଳକୁ ଖସିଛି ଦୈନିକ ସଂକ୍ରମଣ; ୬ ଆକ୍ରାନ୍ତଙ୍କ ମୃତ୍ୟୁ

Facebook
Twitter
LinkedIn

ଭୁବେନଶ୍ବର: ରାଜ୍ୟରେ ଆଜି ତଳ ମୁହାଁ ହୋଇଛି ଦୈନିକ ସଂକ୍ରମଣ । ୧୦ ହଜାରରୁ ତଳକୁ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୯ ହଜାର ୮୩୩ ଜଣ ନୂଆ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ, ୬ ଜଣ ଆକ୍ରାନ୍ତ ପ୍ରାଣହରାଇଛନ୍ତି । ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୫ ହଜାର ୬୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୧୩୪ ରହିଛି ଲୋକାଲ କେସ୍ । ସେଥି ମଧ୍ୟରୁ ୯୭୨ ଜଣ ଆକ୍ରନ୍ତ ୧୮ ବର୍ଷରୁ କମ୍ ବର୍ଗର ଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି । ଏହାକୁ ମିଶାଇ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫କୁ ବୃଦ୍ଧି ହୋଇଛି ।

ତେବେ ପୂର୍ବ ଭଳି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ ଜଣ ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୧୩୪, କଟକ- ୭୭୪, ଷ୍ଟେଟପୁଲ୍- ୫୭୭, ମୟୂରଭଞ୍ଜ- ୨୯୫, ବଲାଙ୍ଗିର- ୨୮୮, ବାଲେଶ୍ୱର- ୨୮୬, ରାୟଗଡ଼ା- ୨୭୪, ଯାଜପୁର- ୨୫୬, ସମ୍ବଲପୁର- ୨୦୬, କୋରାପୁଟ- ୧୭୪, ବରଗଡ଼- ୧୭୨, ବୌଦ୍ଧ-୧୨୦, ଦେବଗଡ-୪୭, ଢେଙ୍କାନାଳ-୯୫, ଗଜପତି-୮୮, ଗଞ୍ଜାମ-୬୯, ଜଗତସିଂହପୁର ୧୫୨, କେନ୍ଦ୍ରାପଡା-୯୯, କେଉଁଝର-୧୬୮, ମାଲକାନଗିରି ୫୬ ରହିଛି। ସେହିପରି ନବରଙ୍ଗପୁରରେ ୧୫୬, ନୟାଗଡ଼ ୨୯୨, ନୂଆପଡା ୧୭୩, ପୁରୀ ୧୪୬, ରାୟଗଡା ୨୭୪, ସମ୍ବଲପୁର-୨୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ୬ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୨ ଜଣ, ଅନୁଗୁଳରୁ ଜଣେ, ଜଗତସିଂହପୁରରୁ ଜଣେ, ପୁରୀ ଓ ଢ଼େଙ୍କାନାଳରୁ ମଧ୍ୟ ଜଣେ ଲେଖାଏଁ ରହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login