The Ultimate Managed Hosting Platform
ADVERTISEMENT

୫୦ ବର୍ଷ ପରେ ଆଜି ଲିଭିବ ଇଣ୍ଡିଆ ଗେଟ୍ ସ୍ଥିତ ଅମର ଯବାନ ଜ୍ୟୋତି

Facebook
Twitter
LinkedIn

ନୂଆଦିଲ୍ଲୀ: ଦୀର୍ଘ ୫୦ ବର୍ଷ ପରେ ଲିଭିବ ଇଣ୍ଡିଆ ଗେଟ୍ ସ୍ଥିତ ଅମର ଯବାନ ଜ୍ୟୋତି ଦୀପ । ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ଦୀପ ସହ ଏହାକୁ ମିଶାଇ ଦିଆଯିବ । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଏହି କାର‌୍ୟ୍ୟ ଆଜି ସମାପିତ ହେବ । ଏହି ଉତ୍ସବ ଆଜି ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ । ଏଥିରେ ଅଧକ୍ଷତା କରିବେ ସମନ୍ବୀତ ପ୍ରତିରକ୍ଷା ବାହିନୀର ମୁଖ୍ୟ ଓ ଏୟାର ମାର୍ଶାଲ ।

ତେବେ କ୍ରମାଗତ ଭାବରେ ଦୁଇଟି ଦୀପ ଜଳୁଥିବାରୁ ବିଭିନ୍ନ ସମସ୍ୟା ଉପୁଜିବା ନେଇ ଅନୁଭବ କରାଯିବା ପରେ ଏହି ପଦେକ୍ଷପ ନିଆଯାଇଥିବା ଜଣାପଡ଼ିଛି । ଏହା ସହ ତର୍କ ମଧ୍ୟ କରାଯାଇଛି ଯେ, ଦେଶର ସହୀଦ ଯବାନଙ୍କ ପାଇଁ ଜାତୀୟ ଯୁଦ୍ଧ ସ୍ମାରକୀରେ ଗୋଟିଏ ଦୀପ ଜଳୁଥିବା ବେଳେ, ଅମର ଜବାନ ଜ୍ୟୋତିରେ ଅନ୍ୟ ଏକ ଦୀପ କାହିଁକି ଜଳିବ । ଏହା ସହ ଉଭୟ ସ୍ଥାନରେ ବି ସମାନ ସହିଦ ମାନଙ୍କ ନାମ ଲେଖା ଯାଇଛି ।

୧୯୪୭-୧୮ ବିଭାଜନ, ଭାରତ ପାକିସ୍ତାନ ଯୁଦ୍ଧ ଓ ଗଲୁଓ୍ବାନ ସଂଘର୍ଷରେ ପ୍ରାଣ ହରାଇଥିବା ସହିଦ ଯବାନଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀରେ ରହିଛି । ୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଜାତୀୟ ଯୁଦ୍ଧ ସ୍ମାରକୀକୁ ଗତ ୨୦୧୯ ଫେବୃଆରୀରେ ଉଦ୍‌ଘାଟନ କରଯାଇଥିଲା । ଏଠାରେ ଅମର ଚକ୍ର, ବୀରତା ଚକ୍ର, ତ୍ୟାଗ ଚକ୍ର ଓ ରକ୍ଷକ ଚକ୍ର ମାନରେ ୪ ଟି ସ୍ମୃତି ରହିଛି । ଏଥି ସହ ୨୫ ହଜାର ୯୪୨ ଜଣ ସହିଦଙ୍କ ନାମି ସୁବର୍ଣ୍ଣ ଅକ୍ଷରରେ ଖୋଦିତ ହୋଇ ଲେଖାଯାଇଛି ।

ସେପଟେ ୧୯୧୪-୧୯୨୧ ପ୍ରଥମ ବିଶ୍ବ ଯୁଦ୍ଧ କାଳରେ ସହିଦ ବ୍ରିଟିସ୍ ଭାରତୀୟ ସୈନ୍ୟଙ୍କ ସ୍ମୃତିରେ ତତ୍କାଳୀନ ବ୍ରିଟିସ୍ ସରକାର ଏହି ଇଣ୍ଡିଆ ଗେଟ୍ ପ୍ରତିଷ୍ଠା କରିଥିଲେ । ୧୯୭୧ ଭାରତ- ପାକିସ୍ତାନ ଯୁଦ୍ଧରେ ପ୍ରାଣବଳି ଦେଇଥିବା ସୈନ୍ୟଙ୍କ ସ୍ମୃତିରେ ୧୯୭୨ ରେ ଅମର ଜବାନ ଜ୍ୟୋତି ପ୍ରେଜ୍ୟୋଳିତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login