ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନି ଭୁବନେଶ୍ୱରସ୍ଥିତ ଶୈଳଶ୍ରୀ ବିହାର ସରସ୍ୱତୀ କଲୋନୀକୁ ପଶି ଅସିଥିଲେ ୩ଟି ହାତୀ । ଘଟଣାଟି ଗତକାଲି ରାତିରେ ଘଟିଥିବା ବେଳେ, ହାତୀ ସରସ୍ୱତୀ କଲୋନୀରେ ପଶି ତାଣ୍ଡବ କରିଥିଲେ । ଏହି ହାତୀ ଆକ୍ରମଣରେ ଜଣେ ଆହତ ହେବା ସହ ଘର ଓ ସେଠାରେ ଥିବା ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଯାହା ଫଳରେ ସେଠାକାର ଲୋକମାନେ ଭୟଭିତ ହୋଇ ଏଣେତେଣେ ଦୌଡ଼ା ଦୌଡ଼ି କରିଥିଲେ ।
ସୂଚନାନୁଯାୟୀ, ଚନ୍ଦକା ଜଙ୍ଗଲରୁ ଗୋଟିଏ ଛୁଆ ହାତୀ ସରସ୍ୱତୀ ବସ୍ତିକୁ ଚାଲି ଆସିଥିଲା । ପରେ ସେହି ଛୁଆକୁ ନେବା ପାଇଁ ଅନ୍ୟ ଦୁଇଟି ହାତୀ ସେହି ବସ୍ତିକୁ ଆସିି ଲୋକଙ୍କୁ ଭୟଭୀତ କରିବା ସହିତ ଭଙ୍ଗାରୁଜା ଅରମ୍ଭ କରିଦେଇଥିଲେ । ଏନେଇ ଖବର ପାଇ ବନ ବିଭାଗ ସେଠାରେ ପହଞ୍ଚି ବହୁ କଷ୍ଟରେ ସେହି ହାତି ମାନଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ାଇଥିଲା ।
Views: 114