କେନ୍ଦୁଝର: ଗାଁ କୁ ରାସ୍ତା ଓ ପିଇବା ପାଣିର ସୁବିଧା ନଥିବାରୁ ଭୋଟ ବର୍ଜନ କରିବାକୁ ନିସ୍ପତ୍ତି ନେଇଛନ୍ତି ଭୋଟର । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ସ୍ଥିତ ମଣ୍ଡୁଆ ପଞ୍ଚାୟତ ଶିବଶଙ୍କର ସାହିରେ । ଏ ନେଇ ଭୋଟ୍ ବର୍ଜନ ନିସ୍ପତ୍ତି ରେ ଗ୍ରାମବାସୀମାନେ ଗାଁ ମଝିରେ ପୋଷ୍ଟର ଲଗାଇ ଆନ୍ଦୋଳନ କରିଛନ୍ତି । ଏହି ସାହିରେ ଶତାଧିକ ପରିବାର ବସବାସ କରୁଥିବା ବେଳେ, ସେଠାକୁ ଯାତାୟତ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଏହି ଗାଁ ରେ ପିଇବା ପାଣି ପାଇଁ ଗୋଟିଏ ମାତ୍ର ନଳ କୂପ ରହିଛି । ଯାହା ସମସ୍ତଙ୍କ ପାଇଁ ପାଣି ଯୋଗାଇବାରେ ଅସମର୍ଥ । ଚଳିତ ବର୍ଷ ଭଳି ପ୍ରତି ନିର୍ବାଚନ ବେଳେ ନେତାମାନେ ଖାଲି ପ୍ରତିଶୃତି ଦେଇ ଚାଲି ଯାଉଛନ୍ତି । କିନ୍ତୁ ଭୋଟ ପାଇଲା ପରେ ଆଉ ଦେଖା ଦର୍ଶନ ନାହିଁ ବୋଲି କହିଛନ୍ତି ସେଠାକାର ବାସିନ୍ଦା । ତେଣୁ ଦାବି ପୁରଣ ନହେଲେ ଚଳିତ ନିର୍ବାଚନରେ ଭୋଟ୍ ନ ଦେବାକୁ ନିସ୍ପତ୍ତି ନେଇଛନ୍ତି ଶିବଶଙ୍କର ସାହିର ବାସିନ୍ଦା ।
Views: 112