The Ultimate Managed Hosting Platform
ADVERTISEMENT

ରାଜ୍ୟରେ ୨ ହଜାରରୁ ତଳକୁ ରହିଛି ସଂକ୍ରମଣ; ୨୪ ଘଣ୍ଟାରେ ୧,୭୧୨ ଆକ୍ରାନ୍ତ ଚିହ୍ନଟ

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ୨ ହଜାରରୁ ତଳକୁ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧ ହଜାର ୭୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୯୭ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସରେ ୭୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୨୩ ଜଣ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ରହିଛନ୍ତି । ଏ ନେଇ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି ।

ପ୍ରତି ଦିନ ଭଳି ଆଜି ମଧ୍ୟ ସଂକ୍ରମଣ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ତେବେ ଖୋଦ୍ଧାରୁ ସର୍ବାଧିକ ୨୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ୧୪୭, କୋରାପୁଟରୁ ୧୧୮, କଟକରୁ ୧୦୪, ଅନୁଗୁଳ ୭୯, ବାଲେଶ୍ୱର ୫୪, ବରଗଡ଼ ୧୭, ଭଦ୍ରକ ୨୨, ବଲାଙ୍ଗୀର ୩୧, ବୌଦ୍ଧ ୨୯, ଦେଓଗଡ଼ ୪୬, ଢେଙ୍କାନାଳ ୪୯, ଗଜପତି ୪୩, ଗଞ୍ଜାମ ୧୦, ଜଗତସିଂହପୁର ୪୮, ଯାଜପୁର ୫୩, ଝାରସୁଗୁଡ଼ା ୨୯, କଳାହାଣ୍ଡି ୪୯, କନ୍ଧମାଳ ୩୧, କେନ୍ଦ୍ରାପଡ଼ା ୪୬, କେନ୍ଦୁଝର ୫୨, ମାଲକାନଗିରି ୦୩, ମୟୁରଭଞ୍ଜ ୫୩, ନବରଙ୍ଗପୁର ୨୬, ନୟାଗଡ଼ ୪୫, ନୂଆପଡ଼ା ୩୯, ପୁରୀ ୪୦, ରାୟଗଡ଼ା ୩୪, ସମ୍ବଲପୁର ୫୬, ସୋନପୁରରୁ ୫୪ ଓ ଷ୍ଟେଟ ପୁଲରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ୨୪ ଘଣ୍ଟାରେ ୩ ହଜାର ୪୨୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login