The Ultimate Managed Hosting Platform
ADVERTISEMENT

କୋଭିଡ୍ କଟକଣା ମଧ୍ୟରେ ପାଳନ ହେଲା ମା’ ବାଗଦେବୀଙ୍କ ପୂଜା

Facebook
Twitter
LinkedIn

ଭୁବେନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ପାଳନ ହେଉଛି ମା’ ବାଗଦେବୀଙ୍କ ପୂଜା । ଆଜି ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ପୂଜା ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କର ପୂଜା ଅୟୋଜନ କରାଯାଉଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାକଜମକ ନଥିଲେ ବି ସ୍ୱଳ୍ପ ସଂଖ୍ୟାରେ ଲୋକଙ୍କୁ ନେଇ ଯଥାବିଧି ପୂଜା କରାଯାଉଛି ।

କରୋନା ସଂକ୍ରମଣ ପାଇଁ ଶିକ୍ଷା କ୍ଷେତ୍ର ବ୍ୟାପକଭାବେ ପ୍ରଭାବିତ ହୋଇଥିଲା ବେଳେ, ଦୀର୍ଘ ଦୁଇ ବର୍ଷ ପରେ ଛାତ୍ର ଛାତ୍ରୀମାନେ ଏକାଠି ହୋଇ ମା’ ସରସ୍ୱତୀଙ୍କୁ ପୂଜା କରୁଛନ୍ତି । ଗତ ଜାନୁଆରୀ ୧୦ ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ତେବେ ଆସନ୍ତା ଫେବୃଆରୀ ୭ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ଅଫଲାଇନ୍ ପାଠପଢ଼ା ହେବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login