The Ultimate Managed Hosting Platform
ADVERTISEMENT

୪ରେ ଓଡ଼ିଶା ଉପକୂଳ ଛୁଇଁବ ବାତ୍ୟା

The-storm-will-hit-the-coast-of-Odisha-on-the-4th
Facebook
Twitter
LinkedIn

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୪ ଶନିବାର ସକାଳେ ଉପକୂଳରେ ପହଞ୍ଚିବ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ସ୍ପଷ୍ଟ କରିଛନ୍ତି । ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କାଳକ୍ରମେ ପଶ୍ଚିମ-ଉତ୍ତର, ପଶ୍ଚିମ ଗତିକରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ ।

ଆସନ୍ତା ୪ ତାରଖରେ ବାତ୍ୟାରେ ପରିଣତ ହୋଇ ଉପକୂଳରେ ପହଞ୍ଚିବ । ତେଣୁ ୩ ତାରଖ ରାତିରୁ ଓଡ଼ିଶାରେ ବର୍ଷା ଅରମ୍ଭ ହେବର ପୂର୍ବାନୁମାନ କରାଯାଉଛି । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୩ ତାରିଖ ମଧ୍ୟ ରାତ୍ରରୁ ପବନ ଘଣ୍ଟାପ୍ରତି ୪୫ ରୁ ୫୦ କିମି ବେଗରେ ବୋହିପାରେ ବୋଲି ମଧ୍ୟ ପାଣିପା ଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୪ ତାରିଖ ସକାଳେ ଦକ୍ଷି ଣ ଓଡ଼ିଶା- ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ ବାତ୍ୟା । ଏହା ଉପକୂଳରେ ପହଞ୍ଚିଲେ ବି ତୁରନ୍ତ ଉପକୂଳ ଅତିକ୍ରମ କରିବ ନାହିଁ । ପରେ ଉପକୂଳରେ ଉତ୍ତର- ଉତ୍ତର ପୂର୍ବକୁ ଗତି କରିବାର ମମ୍ଭାବନା ରହିଛି ।

ଏହା ପ୍ରଭାବ ଉପକୂଳ ଓଡ଼ିଶାରେ ଅଧି କ ରହିବ ବୋଲି ଆ ଇ ଏମଡି ଡିଜି ସୂଚନା ଦେଇଛନ୍ତି । ୪ରେ ପ୍ରବଳ ବର୍ଷା ହେବା ସହିତ ୫ ରେ ମଧ୍ୟ କିଛି ଜାଗାରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ବାତ୍ୟାକୁ ନଜରରେ ରଖି ସମୁଦ୍ରରେ ଥିବା ମତ୍ସ୍ୟଜିବିଙ୍କୁ ୨ ତାରିଖ ସୁଦ୍ଧା ଫେରି ଆସିବାକୁ ଆଇଏମଡି ଡିଜି ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଫସଲ ଅମଳର ସମୟ ଚାଲିଥିବା ବେଳେ ବହୁ ମାତ୍ରାରେ ଫସଲ ନଷ୍ଟ ହେବାର ବହୁଳ ସମ୍ଭାବନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login