The Ultimate Managed Hosting Platform
ADVERTISEMENT

ରାଜ୍ୟରେ ୧୧ ହଜାର ଡ଼େଇଁଲା ଆକ୍ରାନ୍ତଙ୍କ ସଂଖ୍ୟା; ପ୍ରାଣ ହରାଇଲେ ୪

Facebook
Twitter
LinkedIn

ଭୁବନେଶ୍ବର: ରାଜ୍ୟରୁ କରୋନାର ପ୍ରାଦୁର୍ଭାବ କମିବାର ନାଁ ଧରୁନାହିଁ । ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୧ ହଜାର ୮୬ କୁ ପହଞ୍ଚିଛି । ଏଥି ସହ କରୋନାରେ ଆକ୍ରାନ୍ତ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି । ମୋଟ ଆକ୍ରନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୬ ହଜାର ୪୩୧ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୪ ହଜାର ୬୫୫ । ସେଥି ମଧ୍ୟରୁ ୧,୦୬୧ ଜଣ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ସବୁଦିନ ଭଳି ଆଜି ମଧ୍ୟ ସଂକ୍ରମିତଙ୍କ ସଂଖ୍ୟରେ ଖୋର୍ଦ୍ଧା ଜିଲ୍ଲା ଉର୍ଦ୍ଧ୍ବେର ରହିଛି । ଯାହାକି ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୪୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ସୁନ୍ଦରଗଡ଼ରୁ ୧ ହଜାର ୪୧୬, କଟକରୁ ୭୬୬, ଷ୍ଟେଟପୁଲରୁ ୭୫୯, ସମ୍ବଲପୁରରୁ ୩୦୨, ବାଲେଶ୍ୱରରୁ ୩୨୩, ବଲାଙ୍ଗୀରରୁ ୩୦୦, ମୟୂରଭଞ୍ଜରୁ ୩୯୩, ସୋନପୁରରୁ ୧୫୩, ଝାରସୁଗୁଡାରୁ ୧୩୨, ରାୟଗଡ଼ାରୁ ୧୮୭, ଯାଜପୁରରୁ ୨୭୫, କଳାହାଣ୍ଡିରୁ ୨୫୩, ଜଗତସିଂହପୁରରୁ ୨୭୩, ନୟାଗଡ଼ରୁ ୧୪୯, ନବରଙ୍ଗପୁରରୁ ୧୩୭, କୋରାପୁଟରୁ ୧୯୬, ପୁରୀରୁ ୧୮୮, ଅନୁଗୁଳରୁ ୧୩୯, ବରଗଡ଼ରୁ ୧୨୫, ଗଞ୍ଜାମରୁ ୧୧୬, ଭଦ୍ରକରୁ ୧୩୨, ନୂଆପଡାରୁ ୧୦୪, ଗଜପତିରୁ ୯୩, ବୌଦ୍ଧରୁ ୮୩, କେନ୍ଦ୍ରାପଡାରୁ ୮୫, କେନ୍ଦୁଝରରୁ ୨୨୩, ଢେଙ୍କାନାଳରୁ ୧୫୭, ମାଲକାନଗିରିରୁ ୫୪, କନ୍ଧମାଳରୁ ୫୧ ଓ ଦେବଗଡ଼ରୁ ୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୫ ହଜାର ୯୬୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login