ଭୁବନେଶ୍ୱର: କନିଷ୍ଠ ଶିକ୍ଷକଙ୍କ ପାଇଁ ଏକ ବଡ଼ ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ ପାଇଁ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମାର ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଦରମା ୨୦୨୨ ଜାନୁଆରୀ ପହିଲାରୁ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି ।

ତେବେ ପୂର୍ବରୁ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କର ଦରମା ୭୪୦୦ ଟଙ୍କା ଥିବା ବେଳେ ତାହାକୁ ବୃଦ୍ଧି କରି ୧୧,୦୦୦ ଟଙ୍କା କରାଯାଇଛି । ସେହିପରି କନିଷ୍ଠ ଶିକ୍ଷକଙ୍କ ଦରମା ୯,୨୦୦ ଟଙ୍କା ଥିବା ବେଳେ, ତାହା ୧୩,୮୦୦ କୁ ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ । ଯାହା ଦ୍ୱାରା ରାଜ୍ୟର ମୋଟ୍ ୩୩,୦୩୮ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ ।
Views: 97