The Ultimate Managed Hosting Platform
ADVERTISEMENT

‘ହ୍ୱାଏ ଆଇ କିଲ୍ଡ ଗାନ୍ଧୀ’ ସିନେମାକୁ ବିରୋଧ କଲା ସମାଜବାଦୀ ପାର୍ଟି

Facebook
Twitter
LinkedIn

ଭୁବନେଶ୍ୱର: ସାରା ଦେଶରେ ଗାନ୍ଧିଜୀଙ୍କ ୭୪ ତମ ତିରୋଧାନ ଦିବସ ପାଳନ କରାଯାଉଥିବା ବେଳେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି ସିନେମା ‘ହ୍ୱାଏ ଆଇ କିଲ୍ଡ ଗାନ୍ଧୀ’ । ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନେଇ ଏପରି ସିନେମା ନିର୍ମାଣ ଓ ପ୍ରସାରଣ ଗାନ୍ଧିଜୀଙ୍କ ସମ୍ମାନ ହାନି କରୁଥିବା ସମାଜବାଦୀ ପାର୍ଟିର କହିଛି । ରାଜ୍ୟ ସଂସ୍କୃତି ବିଭାଗ, ପ୍ରଦେଶ କଂଗ୍ରେସ ଓ ସମାଜବାଦୀ ପାର୍ଟି ଭୁବନେଶ୍ୱର ସ୍ଥିତ ଗାନ୍ଧି ପାର୍କଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ଏହି ଅବସରରେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏହି ସିନେମାର ପ୍ରସାରଣ ବ୍ୟାନ କରିବାକୁ ଦାବି କରିଛନ୍ତି । ତେବେ ସିନେମାରେ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ପ୍ରଶଂସା କରାଯାଇଥିବା କୁହାଯାଉଛି । ସାରାଭାରତ ଏପରିକି ସାରାବିଶ୍ୱ ଗାନ୍ଧିଜୀଙ୍କୁ ପୂଜା କରୁଥିବାବେଳେ ତାଙ୍କ ତିରୋଧାନ ଦିବସରେ ଏଭଳି ବିବାଦୀୟ ସିନେମାର ପ୍ରସାରଣକୁ ନେଇ ସବୁ ମହଲରେ ନିନ୍ଦା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ନୂଆଦିଲ୍ଲୀ : ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା...

Login