The Ultimate Managed Hosting Platform
ADVERTISEMENT

ଖଟରେ ଶୋଇଥିବା ସମୟରେ ଜିବନ୍ତ ଦଗ୍ଧ ହେଲେ ବୃଦ୍ଧ

Facebook
Twitter
LinkedIn

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଜଣେ ବୃଦ୍ଧ ବ୍ୟକ୍ତି ଖଟରେ ଶୋଇଥିବା ବେଳେ ଜଳି ଯାଇଛନ୍ତି । ମୃତକ ହେଲେ ତେଲକୋଇ ଗ୍ରାମର ଡିଲେଶ୍ୱର ମହାକୁଡ ।

ସୂଚନା ଅନୁଯାୟୀ, ଡିଲେଶ୍ୱର ମହାକୁଡ ବୁଧବାର ବିଳମ୍ବିତ ରାତିରେ ମଶାରୀ ଟାଙ୍ଗି ଖଟରେ ଶୋଇଥିବା ବେଳେ ନିଆଁ ଲାଗି ଜଳିଯାଇଛନ୍ତି। ଡିଲେଶ୍ୱର ରାତିରେ ବିଦ୍ୟୁତ ନଥିବାରୁ ଖଟ ଉପରେ କ୍ୟାଣ୍ଡେଲ୍ ଜାଳି ଶୋଇଥିଲେ । ସେହି ସମୟରେ କୈାଣସି କାରଣ ବଶତଃ ମଶାରୀରେ ନିଆଁ ଲାଗିଯାଇଥିଲା । ଡିଲେଶ୍ୱର ମହାକୁଡ ସେହିଠାରେ ଖଟ ସହ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଡିଲେଶ୍ୱର ମହାକୁଡଙ୍କ ପତ୍ନୀ ଓ ଝିଅ ଘରେ ନଥିବା ସମୟରେ ଏହି ଘଟଣା ଘଟିଥିବା ଜଣାପଡିଛି । ଡିଲେଶ୍ୱର ବୃଦ୍ଧ ହୋଇଯାଇଥିବାରୁ ଶରୀରରେ ନିଆଁ ଲାଗିବା ସତ୍ତ୍ୱେ ମଧ୍ୟ ପାଟି କରିପାରିନଥିବା ସନ୍ଦେହ କରାଯାଉଅଛି । ଡିଲେଶ୍ୱର ମହାକୁଡ ଶୋଇଥିବା ଘର ମଧ୍ୟରୁ ବହୁ ଜୋରେ ଧୁଆଁ ବାହାରୁଥିବା ଦେଖି ଘରର ଅନ୍ୟ ସଦସ୍ୟ ମାନେ ସେଠାରେ ପହଂଚିଥିଲେ ମାତ୍ର ସେତେବେଳେକୁ ଡିଲେଶ୍ୱର ସମ୍ପୁର୍ଣ୍ଣ ଭାବରେ ପୋଡି ଯାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login