The Ultimate Managed Hosting Platform
ADVERTISEMENT

ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା; ୨ ଗିରଫ୍‌

Facebook
Twitter
LinkedIn

କୋରାପୁଟ: ଉଦ୍ଧାର ହେଲା ଜୀବନ୍ଦ ବଜ୍ରକାପ୍ତା । ଏହି ମାମଲାରେ ସାମିଲ ଥିବା ୨ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ବିକ୍ରି କରିବାକୁ ମୁଲଚାଲ ଜାଲୁଥିବା ବେଳେ ଏସ୍‌ଟିଏଫ୍ ହାତରେ ଧରାପଡ଼ିଲେ ଏହି ଦୁଇ ବେପାରୀ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବାଇପାସ୍ ନିକଟରେ ବନବିଭାଗ ଅଧିକାରୀଙ୍କ ସହୟତାରେ ଚଢ଼ାଉ କରିଥିଲା ଏସ୍‌ଟିଏଫ୍ ଟିମ୍ । ଗିରଫ ହୋଇଥିବା ଦୁଇ ବେପାରି ହେଲେ ମାଧ ପରିଜା ଓ ଜଗବନ୍ଧୁ ପରିଜା । ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇଗତ କାର୍ଯ୍ୟାନୁଷ୍ଠାପ ପାଇଁ କୋରାପୁଟ ଜଙ୍ଗଲ ଅଧିକାରୀଙ୍କୁ ହନ୍ତାନ୍ତର କରିଛି ଏସ୍‌ଟିଏଫ୍ ଟିମ୍ । ଏଥି ସହ ଜୀବନ୍ତ ଥିବା ବଜ୍ରକାପ୍ତାକୁ ସୁରକ୍ଷିତ ରଖିବା ପାଇଁ କୋରାପୁଟ ଡିଏଫ୍‌ଓ ଙ୍କୁ ହସ୍ତାନ୍ତର କରାଯାଇଛି । ଏମାନଙ୍କ ପଛରେ ଏକ ବଡ଼ ରାକେଟ ଥିବା ସନ୍ଦେହ କରି ଘଟଣାର ତଦନ୍ତ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login