The Ultimate Managed Hosting Platform
ADVERTISEMENT

ଛାତ୍ରଙ୍କୁ ଅପହରଣ ମାମଲାର ହେଲା ଖୁଲାସା; ଟଙ୍କା ପାଇଁ ସାଙ୍ଗ ସାଜିଥିଲେ ଅପହରଣକାରୀ

Facebook
Twitter
LinkedIn

ଭୁବନେଶ୍ୱର: ରାଜଧାନୀରେ ଛାତ୍ରଙ୍କୁ ଅପହରଣ ମାମଲାର ଖୋଲାସା ହୋଇଛି । ଟଙ୍କା ପାଇଁ ସାଙ୍ଗମାନେ ଇଶାନଙ୍କୁ ଅପହରଣ କାରିଥିବା ଜଣାପଡ଼ିଛି । ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଥାନା ଝାରପଡ଼ା ଅଞ୍ଚଳର ଇଶାନ ଅଗ୍ରୱାଲଙ୍କୁ ଅପହରଣ କରିବା ପରେ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ ।

ସୂଚନାନୁଯାୟୀ, ଏଥିରେ ଇଶାନଙ୍କ ସାଙ୍ଗ ଧନେଶ୍ୱର ପାତ୍ର ଅପହରଣର ମାଷ୍ଟର ମାଇଣ୍ଡ ଥିଲେ ବୋଲି କମିଶନରେଟ ପୋଲିସର ଡିସିପି ଉମାଶଙ୍କର ଦାସ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସ୍କୁଲ ପରୀକ୍ଷା ବେଳେ ଇସାନ ସହ ଧନେଶ୍ୱର ପରିଚିତ ହୋଇଥିଲା । ସେ ଫୋନରେ ମଧ୍ୟ କଥା ହେଉଥିଲେ । ଇଶାନର ବାପା ଜଣେ ଧନୀ ବ୍ୟବସାୟୀ ହୋଇଥିବାରୁ, ଟଙ୍କା ପାଇଁ ଧନେଶ୍ୱର ତାଙ୍କର ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଅପହରଣ କରିଥିଲା ବୋଲି ମାନିଥିବା ନେଇ ପୋଲିସ ପକ୍ଷରୁ ସୂଚନା ରହିଛି । ଏହି ମାମଲାରେ ଡ଼େମେ ଦେଖାଇବାକୁ ପୋଲିସ ଅଭିଯୁକ୍ତମାନଙ୍କୁ ସେହି ଓମ୍‌ଫେଡ୍ ପାଖକୁ ନେଇଥିଲେ । ଯେଉଁଠାରୁ ସେମାନେ ଇସାନଙ୍କୁ ଅପହରଣ କରିଥିଲେ । ତେବେ ଡେମୋ ଦେଖାଇବା ପରେ ୪ ଜଣ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login