The Ultimate Managed Hosting Platform
ADVERTISEMENT

ହେମଦସ୍ତାରେ ପିଟି ସ୍ତ୍ରୀକୁ ହତ୍ୟା ପରେ ନିଜେ ବିଷ ପିଇଲେ ସ୍ୱାମୀ

Facebook
Twitter
LinkedIn

କଣ୍ଟାପଡ଼ା: ସ୍ତ୍ରୀଙ୍କୁ ହେମଦସ୍ତାରେ ପିଟି ହତ୍ୟା କଲା ନୃଶଂସ ସ୍ୱାମୀ । ଏପରି ଏକ ଘଟଣାଟି ଦେଖିବାକୁ ମିଳିଛି, କଟକ ଜିଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ଥାନା ଅଞ୍ଚଳରେ ଥିବା ତରଡ଼ପଡ଼ା ଗ୍ରାମରେ । ସ୍ତ୍ରୀ କୁ ହତ୍ୟା କରିବାର ପରେ ସ୍ୱାମୀର ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଗୋବିନ୍ଦପୁର ଥାନା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଜଣଙ୍କର ମୃତଦେହକୁ ଜବତ କରିବା ସହ ଗୁରୁତର ଅବସ୍ଥାରେ ଥିବା ତାଙ୍କ ସ୍ୱାମୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି । ମୃତ ମହିଳା ଜଣକ ହେଲେ କଳ୍ପନା ବେହେରା(୩୫)। ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ କଳ୍ପନାଙ୍କୁ ସ୍ୱାମୀ ବିଶ୍ୱନାଥ ବେହେରା ପ୍ରେମ ବିବାହ କରିଥିବା ବେଳେ, ଗତ ୪ ବର୍ଷ ହେବ ଉଭୟ ଗୋବିନ୍ଦପୁର ଥାନା ଅଞ୍ଚଳରେ ଥିବା ଶଙ୍ଖୁଆ ଗ୍ରାମରେ ଘର ଭଡ଼ା ନେଇ ରହୁଥିଲେ । କୌଣସି ଏକ ବାରିବାରିକ କଳହକୁ କେନ୍ଦ୍ରକରି ଏପରି ଘଟଣା ଘଟିଥିବା ସୂଚନା ମିଳିଛି ।


ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ବଚସା ଲାଗୁଥିଲା। କିନ୍ତୁ ଗତ ରବିବାର ଦିନ ମଧ୍ୟ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଝଗଡା ବଢିଯାଇଥିଲା । ଫଳରେ ବିଶ୍ଵନାଥ ଅଧିକ ରାଗି ଯାଇ ଘରେ ଥିବା ଏକ ହେମଦସ୍ତାରେ କଳ୍ପନାଙ୍କ ମୁଣ୍ଡକୁ ପିଟି ଦେଇଥିଲେ ଫଳରେ ସେ ରକ୍ତାକ୍ତ ଅବସ୍ଥାରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଆସି ପହଞ୍ଚିବା ବେଳକୁ ବିଶ୍ଵନାଥ ବିଷ ପିଇଦେଇ ପାଟିରୁ ରକ୍ତ ଓ ଫେଣ ବାହାରୁଥିଲା । ଏହା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ଏବଂ ଡାକ୍ତର ସେଠାରେ କଳ୍ପନାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ବିଶ୍ଵନାଥଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login