ଭୁବନେଶ୍ୱର: ଆଗକୁ ରାଜ୍ୟ ପୌର ନିର୍ବାଚନ ପାଇଁ ପ୍ର୍ରକ୍ରିୟା ଅରମ୍ଭ ହୋଇଯାଇଛି । ରାଜ୍ୟର ୪୮ ମ୍ୟୁନିସିପାଲିଟି ଓ ୫୯ ଏନଏସି ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ ।ସେହିପରି ରାଜ୍ୟର ୩ଟି ମ୍ୟୁନିସିପାଲିଟି କର୍ପୋରେସନର ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣ ଚୂଡାନ୍ତ ତାଲିକା ମଧ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରିଛନ୍ତି ସରକାର । ଖୁବଶୀଘ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।
ତେବେ ନୂଆ ଭୋଟରଙ୍କ ନାମ ଯୋଡ଼ା ଯାଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଫେବ୍ରୁଆରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଦାବି ଓ ଆପତ୍ତି ପାଇଁ ୬ଦିନ ସମୟ ମିଳିବ । ଅର୍ଥାତ୍ ୧୧ରୁ ୧୬ ତାରିଖ ଭିତରେ ଦାବି ଓ ଆପତ୍ତି ଜଣାଇ ପାରିବ । ୧୮ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଦାବି ଓ ଆପତ୍ତିର ତଦନ୍ତ ଓ ଫଇସଲା ହେବ । ୨୪ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୨୮ତାରିଖ ସୁଦ୍ଧା ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବ ।