ଧର୍ମଗଡ଼: ବିହାଘର ସରିବା ପରେ ବର, କନ୍ୟା ଫେରିବା ବେଳେ ବାଟରେ ଘଟିଲା ଦୁର୍ଘଟଣା । ଘଟଟା ସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଏଥିରେ ବର ଓ ବନ୍ୟାଙ୍କ ସମେତ ଅନ୍ୟ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବର କନ୍ୟାଙ୍କୁ ନେଇ ଏକ ବୋଲେରୋ ଫେରୁଥିଲା । ବିଜୁ ଏକ୍ସପ୍ରେସୱେ ଆମପାଣି ନିକଟରେ ବୋଲେରୋଟି ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ନବରଙ୍ଗପୁରରୁ ବିବାହ ସାରି ଛତିସଗଡ଼ ଫେରୁଥିବା ବେଳେଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ପୋଲିସ ଡ୍ରାଇଭରଙ୍କୁ ଉଦ୍ଧାର କରି ପ୍ରଥମେ ଆମପାଣି କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ଚିକିତ୍ସା ପାଇଁ ସେଠାରୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ବେଳେ, ବାଟରେ ଡ଼୍ରାଇଭରଙ୍କର ମୃତ୍ୟୁ ଘଟିଥିଲା ।
ଏହି ଘଟଣାରେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ, ଅନ୍ୟ ମାନଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି । ତେବେ ଦୂର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ବୋଲେରୋର ସମ୍ନା ପାଖଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବେଳେ, ଟ୍ରକଟି ମଧ୍ୟ ଓଲଟି ପଡ଼ିଥିଲା ।