ଭୁବନେଶ୍ୱର: ଆଜି ଚାଲିଛି ରାଜ୍ୟର ଶେଷ ପର୍ଯ୍ୟାୟ ମତଦାନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆଜି ଶେଷ ପର୍ଯ୍ୟାରେ ପହଞ୍ଚିଛି । ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ୫ଟି ପର୍ଯ୍ୟାୟ ମଧ୍ୟରୁ ଚାରିଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ, ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ କରାଯାଉଛି । ତେବେ ମତଦାନ ସକାଳ ୭ ରୁ ଆରମ୍ଭ କରାଯାଇଛି । ୨୫ ଜିଲ୍ଲାର ୪୮ ବ୍ଲକରେ ଆରମ୍ଭ ହୋଇଛି ଭୋଟିଂ । ୧୩୧ ଜିଲ୍ଲା ପରିଷଦ ଆସନରେ ନେତା ବାଛୁଛନ୍ତି ଜନତା । ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଭୋଟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭୋଟ କାର୍ଡ ନଥିଲେ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ୧୩ଟି କାର୍ଡ ଦେଖାଇ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ ଭୋଟର । ସେହିପରି ମହିଳା ମାନଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁ ବୁଥ୍ ସମ୍ବେଦନଶୀଳ ରହିଛି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ପଞ୍ଚମ ପର୍ୟ୍ୟାୟ ନିର୍ବାଚନରେ ୧ ହଜାର ୭୭୫ ସମ୍ବେଦନଶୀଳ ବୁଥ ରହିଛି । ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି । ତେବେ ନିଦ୍ଧାରିତ ସମୟ ଅନୁଯାୟୀ ଆସନ୍ତା ୨୬, ୨୭ ଓ ୨୮ ତାରିଖ ୩ ଟି ପର୍ଯ୍ୟାୟରେ ଗଣତି ଓ ଫଳାଫଳ ଘୋଷଣା କରାଯିବ ।
ଆଜି ଚାଲିଛି ରାଜ୍ୟରେ ଷେଶ ପର୍ଯ୍ୟାୟ ମତଦାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











