ଚିଲ୍ଲିକା: ଚଳିତ ବର୍ଷ ଚିଲ୍ଲିକାର ପକ୍ଷୀ ଗଣନା ଶେଷ ହୋଇଛି । ଚିଳ୍ଲିକାକୁ ଆସିଥିବା ବିଦେଶି ପକ୍ଷୀ ସଂଖ୍ୟା ଓ ବିଭିନ୍ନ ପ୍ରଜାତୀ ସହିତ ଗଣନା ଶେଷ ହୋଇଛି । ଏଥିରେ ନିୟୋଜିତ ଥିବା କର୍ମଚାରୀମାନେ ନିଜ ନିଜ ଟିମ୍ ଲିଡରଙ୍କ ପାଖରେ ତାଙ୍କର ଗଣନା ରିପୋର୍ଟ ଦାଖଲ କରିଛନ୍ତି । ଏହି ପକ୍ଷୀ ଗଣନାକାରୀଙ୍କ ସମସ୍ତ ରିପୋର୍ଟ ଚିଲ୍ଲିକା ଡିଭିଜନ ଅଫିସରେ ଦାଖଲ କରିବା ପରେ ବିଭାଗୀୟ ଅଦିକାରୀ ସେ ସବୁର ଗଣନା କରିବେ । ଏ ନେଇ ସମସ୍ତ ରିପୋର୍ଟ ଆଜି ସନ୍ଧ୍ୟା ସୁଦ୍ଧା ସରକାରୀ ସ୍ତରରେ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।
Views: 93