The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ପୁଣି ଫେରିଲା କଟକଣା; ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କରୋନା ସଂକ୍ରମିତ, ଲାଗୁହେଲା ସମପ୍ତାହାନ୍ତ କର୍ଫ୍ୟୁ

Facebook
Twitter
LinkedIn

ନୂଆ ଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ପୁଣି ଫେରିଲା କଟକଣା । କରୋନା ଭୟ ଲୋକମାନଙ୍କ ମଧ୍ୟରୁ ଯାଇନଥିବା ବେଳେ, ଓମିକ୍ରନର ସଂକ୍ରମଣ ଦୃତ ଗତିରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦିଲ୍ଲିରେ ୪ ହଜାରରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରେ ଦିଲ୍ଲିର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜେ ମଧ୍ୟ ପୋଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ଦିଲ୍ଲିର ସଂକ୍ରମଣକୁ ନଜରରେ ରଖି ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ସଟଡାଉନ୍‌ ଲାଗୁ କରାଯାଇଛି । ଏହି କଟକଣା ଆସନ୍ତା ଶୁକ୍ରବାର ଠାରୁ ଲାଗୁ କରାଯିବାକୁ ନିସ୍ପତ୍ତି ହୋଇଛି । ତେବେ ଏହି କର୍ଫ୍ୟୁ ଶୁକ୍ରବାର ରାତି ୧୦ ଟାରୁ ସୋମବାର ଭୋର ଯାଏ ଲାଗୁ କରାଯିବ ବୋଲି ସୂଚନା ରହିଛି ।

ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ, ସମସ୍ତ ସରକାରୀ ଓ ବେସରକାରୀ ଅଫିସର କର୍ମଚାରୀମାନେ ୱାର୍କ ଫ୍ରମ୍ ହୋମ୍ କରିବେ , ନଚେତ ୫୦ ପ୍ରତିଶତ କର୍ମଚାରୀରେ କର୍ଯ୍ୟ କରିବେ । । କେବଳ ଜରୁରୀକାଳୀନ ସାମଗ୍ରୀ ପରିବହନ ଛଡ଼ା ଅନ୍ୟ ସମସ୍ତ କ୍ଷେତ୍ରରେ ଲାଗୁ ହେବ କଟକଣା । ସେହିପରି ସମ୍ପୂର୍ଣ୍ଣ ସିଟିଂ କ୍ଷମତାରେ ବସ୍ ଓ ମେଟ୍ରୋ ଚାଲିବ । ହେଲେ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ବୋଲି ଏକ ପ୍ରେସ୍ କନଫରେନ୍ସ କରି ସୂଚନା ଦେଇଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login