The Ultimate Managed Hosting Platform
ADVERTISEMENT

କୋଭିଡ୍ କଟକଣା ମଧ୍ୟରେ ଦେଶ ପାଳିଲା ୭୩ ତମ ସାଧାରଣତନ୍ତ୍ର ଦିବସ

Facebook
Twitter
LinkedIn

ଭୁବନେଶ୍ୱର: କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି, ବିନା ଦର୍ଶକରେ ଆଜି ଦେଶ ପାଳନ କରିଲା ୭୩ ତମ ସାଧାରଣତନ୍ତ୍ର ଦିବସ । ତେବେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସମ୍ମାନୀୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।

ସାଧାରଣତନ୍ତ୍ର ଦିବସର ସ୍ୱତନ୍ତ୍ର ପରେଡରେ ପୋଲିସ ବ୍ୟାଣ୍ଡକୁ ମିଶାଇ ମୋଟ ୧୦ଟି କଣ୍ଟିଜେଣ୍ଟ ଭାଗ ନେଇଥିଲେ । ବିଏସଏଫ୍‌, ସିଆରପିଏଫ୍‌, ଏସ୍‌ଓଜି, ଓଏସ୍‌ଏଏପି, ଓଡ୍ରାଫ, ଫାୟାର, ଏସଏସବି ସମେତ ୩ଟି ବ୍ରାସ୍ ବ୍ୟାଣ୍ଡ ମଧ୍ୟ ଯୋଗ ଦେଇଥିଲେ । ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପରେଡ ଦେଖିବା ପାଇଁ ସାଧାରଣ ଲୋକଙ୍କୁ ବାରଣ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login