ଭୁବେନଶ୍ବର: ଶିଶୁମାନେ ମନ୍ଦିର ଭିତରକୁ ଯାଇପାରିବେ ନାହିଁ କିନ୍ତୁ ଭକ୍ତ ମାନେ ଲିଙ୍ଗରାଜ ମନ୍ଦିର ଭିତରୁ ଯାଇ ଠାକୁରଙ୍କ ଦର୍ଶନ କରିପାରିବେ ।ଏମିତି ନିୟମ ଭକ୍ତଙ୍କୁ ବହୁତ ଚକିତ କରିଦେଇଛି ଏବଂ ସେମାନେ ଏ ନିୟମ ନେଇ ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅସନ୍ତୋଷ ହେବାର ମୁଖ୍ୟ କାରଣ ଗୁଡିକ ହେଲା ଯଦି ଅଭିଭାବକ ମାନେ ନିଜ ସନ୍ତାନ ମାନଙ୍କୁ ବାହାରେ ଛାଡି ମନ୍ଦିର ଭିତରକୁ ଠାକୁର ଦର୍ଶନ କରିବାକୁ ଯିବେ ତାଙ୍କ ପିଲାଙ୍କୁ ଜଗିବ କିଏ ? ଆଉ ଏତେ ଖରାରେ ସେମାନେ କିପରି ମନ୍ଦିର ବାହାରେ ଠିଆ ହେବେ ? କାରଣ ଖୋଜିଲେ ଏମିତି ଅନେକ ଗୁଡିଏ କାରଣ ଉଭାହେବ ତଥାପି ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ।
ସୂଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ସହ ଶିଶୁ ମାନେ ମନ୍ଦିର ଭିତରକୁ ପ୍ରବେଶର ଅନୁମତି ରହିଛି । କିନ୍ତୁ ଲିଙ୍ଗରାଜ ମନ୍ଦିର ଭିତରକୁ ଶିଶୁଙ୍କ ପ୍ରବେଶ ବାରଣ କରାଯାଇଛି । ତେବେ 18 ବୟସରୁ କମ୍ ହୋଇଥିଲେ ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ କରିପାରିବେନି କୌଣସି ଶ୍ରଦ୍ଧାଳୁ । 18 ବୟସରୁ ଉର୍ଦ୍ଧ ହୋଇଥିଲେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ ।
ଯେତେବେଳେ ପୁରୀ ଶ୍ରୀମନ୍ଦିର ଭିତରକୁ ଶିଶୁଙ୍କୁ ପ୍ରବେଶ ବାରଣ କରାଯାଇନାହିଁ, ସେତେବେଳେ ଲିଙ୍ଗରାଜ ମନ୍ଦିର ଭିତରକୁ କାହିଁକି ପ୍ରବେଶ ବାରଣ କରାଯାଉଛି ବୋଲି କହିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।