ନୂଆଦିଲ୍ଲୀ: ମହାକାରୀ କରୋନାର ସକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଏହାର ମୁକାବିଲା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଚଣାଇଛନ୍ତି କେନ୍ଦ୍ର ସରକାର । ସ୍ଥିତିକୁ ଅୟତ କରିବାକୁ ହେଲେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ସହ ହସ୍ପିଟାଲର ବ୍ୟବସ୍ଥା କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେସ ଭୂଷଣ ଚିଠିର ଉଲ୍ଲେଖ କରିଛନ୍ତି । ୪୮ ଘଣ୍ଟାର ଅକ୍ସିଜେନ ବଫର୍ ଷ୍ଟକ ରଖିବାକୁ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜେଶ । ତେବେ ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତାର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି । ଏହାସହ ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ରଖନ୍ତୁ । ସବୁ ଜିଲ୍ଲାରେ ଅକ୍ସିଜେନ କନ୍ସେଣ୍ଟେଟର୍ ବ୍ୟବସ୍ଥା କରାଯାଉ । ଉଚ୍ଚସ୍ତରୀୟ ହସ୍ପିଟାଲରେ ଜୀବନ ରକ୍ଷାକାରୀ ଉପକରଣ ପ୍ରସ୍ତୁତ କରନ୍ତୁ । ବିଶୋଧନର ନିୟମ ପାଳନ କରି ନିୟମିତ ଭାବେ ଅକ୍ସିଜେନ ସିଲିଣ୍ଡର ଡେଲିଭରି କରାଯାଉ । ଏନେଇ ପ୍ରାଇଭେଟ ସଂସ୍ଥାଗୁଡ଼ିକ ସହିତ ମଧ୍ୟ ଉତ୍ତମ ଯୋଗାଯୋଗ କରିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଅକ୍ସିଜେନ ଯୋଗାଣ ନେଇ ସମ୍ଭାବ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ଅକ୍ସିଜେନ କଣ୍ଟ୍ରୋଲ ରୁମ୍କୁ ପୁଣି ଥରେ କାଯର୍ୟକ୍ଷମ କରିବାକୁ ପରାମର୍ଶ ଦେଇଛନ୍ତି ରାଜେଶ ଭୂଷଣ ।
କରୋନା ସ୍ଥିତିର ମୁକାବିଲା କରିବା ପାଇଁ ଅକ୍ସିଜେନ୍ ଓ ହସ୍ପିଟାଲକୁ ଆଗୁଆ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...