ନୂଆଦିଲ୍ଲୀ: ମହାକାରୀ କରୋନାର ସକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଏହାର ମୁକାବିଲା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଚଣାଇଛନ୍ତି କେନ୍ଦ୍ର ସରକାର । ସ୍ଥିତିକୁ ଅୟତ କରିବାକୁ ହେଲେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ସହ ହସ୍ପିଟାଲର ବ୍ୟବସ୍ଥା କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେସ ଭୂଷଣ ଚିଠିର ଉଲ୍ଲେଖ କରିଛନ୍ତି । ୪୮ ଘଣ୍ଟାର ଅକ୍ସିଜେନ ବଫର୍ ଷ୍ଟକ ରଖିବାକୁ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜେଶ । ତେବେ ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତାର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି । ଏହାସହ ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ରଖନ୍ତୁ । ସବୁ ଜିଲ୍ଲାରେ ଅକ୍ସିଜେନ କନ୍ସେଣ୍ଟେଟର୍ ବ୍ୟବସ୍ଥା କରାଯାଉ । ଉଚ୍ଚସ୍ତରୀୟ ହସ୍ପିଟାଲରେ ଜୀବନ ରକ୍ଷାକାରୀ ଉପକରଣ ପ୍ରସ୍ତୁତ କରନ୍ତୁ । ବିଶୋଧନର ନିୟମ ପାଳନ କରି ନିୟମିତ ଭାବେ ଅକ୍ସିଜେନ ସିଲିଣ୍ଡର ଡେଲିଭରି କରାଯାଉ । ଏନେଇ ପ୍ରାଇଭେଟ ସଂସ୍ଥାଗୁଡ଼ିକ ସହିତ ମଧ୍ୟ ଉତ୍ତମ ଯୋଗାଯୋଗ କରିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଅକ୍ସିଜେନ ଯୋଗାଣ ନେଇ ସମ୍ଭାବ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ଅକ୍ସିଜେନ କଣ୍ଟ୍ରୋଲ ରୁମ୍କୁ ପୁଣି ଥରେ କାଯର୍ୟକ୍ଷମ କରିବାକୁ ପରାମର୍ଶ ଦେଇଛନ୍ତି ରାଜେଶ ଭୂଷଣ ।
କରୋନା ସ୍ଥିତିର ମୁକାବିଲା କରିବା ପାଇଁ ଅକ୍ସିଜେନ୍ ଓ ହସ୍ପିଟାଲକୁ ଆଗୁଆ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











