The Ultimate Managed Hosting Platform
ADVERTISEMENT

The bus fell into the ditch : ନିୟନ୍ତ୍ରଣ ହରାଇ ଖାଲରେ ଖସିଲା ବସ, ୧୩ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ହିମାଚଳ ପ୍ରଦେଶ : ଖାଲରେ ଖସିପଡିଲା ଯାତ୍ରୀବାହୀ ବସ୍ । ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଖାଲରେ ଖସି ପଡିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । କୁପଭିରୁ ସିମଲା ଯାଉଥିବା ଯାତ୍ରୀବାହୀ ବସ୍ ହରିପୁରଧର ଅଞ୍ଚଳରେ ଏକ ଖାଲରେ ଖସି ପଡିଥିଲା ।
ଘାଟୀ ରାସ୍ତାରେ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇବାକୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବସରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିବା ଜଣାପଡିଛି । ଖାଲରେ ଖସି ପଡିବା ଯୋଗୁଁ ବସଟି ଭାଙ୍ଗିରୁଜି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login